ଆଦିବାସୀ ମହିଳାଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର

ବାଲେଶ୍ଵର : ନୀଳଗିରି ବ୍ଳକ ବରହମପୁର ଥାନା ଅଧୀନ ରାଇପାଳ ଗ୍ରାମରେ ଜଣେ ଆଦିବାସୀ ମହିଳା ଲକ୍ଷ୍ମୀ ମୁର୍ମୁଙ୍କୁ ଗୁଳିମାଡ଼। ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘରେ ପଶି ଗୁଳିମାଡ଼ କରିଛି। ଏହି ଆକ୍ରମଣ ପରେ ସ୍ଵାମୀ ଓ ପୁଅ ଉଠିପଡିଥିଲେ ହେଁ ଦୁଇଜଣ ବ୍ୟକ୍ତି ଅନ୍ଧାରର ସୁଯୋଗନେଇ ଦୌଡ଼ି ପଳାଇଥିଲେ। ପରିବାର ଲୋକେ ମହିଳାଙ୍କୁ ତୁରନ୍ତ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Leave a Reply

Your email address will not be published. Required fields are marked *

Back to top button