ସୂର୍ଯ୍ୟ ଦେଓ ପାଇବେ ‘ସୁରେଶ ସୃଜନ’ ସମ୍ମାନ

ଭୁବନେଶ୍ୱର : ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍‌ ପକ୍ଷରୁ ଚଳିତ ବର୍ଷ ପାଇଁ ସିନେ-ଗବେଷକ ତଥା ସଂସ୍କୃତିକର୍ମୀ ସୂର୍ଯ୍ୟ ଦେଓଙ୍କୁ ପ୍ରଦାନ କରାଯିବ ‘ସୁରେଶ ସୃଜନ’ ସମ୍ମାନ। ଫାଉଣ୍ଡେସନ୍‌ର ବୈଠକରେ ଏହି ଘୋଷଣା କରାଯାଇଛି ।

କବି-ଗାଳ୍ପିକ-ନାଟ୍ୟକାର-ଅନୁବାଦକ-ସଂପାଦକ-ସଂଗ୍ରାହକ-ସଂସ୍କୃତିକର୍ମୀ-ଗବେଷକ ସ୍ୱର୍ଗତ ସୁରେଶ ବଳବନ୍ତରାୟଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ଏହି ସମ୍ମାନ ଚଳିତ ମାସ ୨୬ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଦାନ କରାଯିବ । ପ୍ରାପକ ଶ୍ରୀ ଦେଓ ଓଡ଼ିଆ ସିନେମାର ଗବେଷଣା ସହିତ ସଂଗ୍ରହଣ କାର୍ଯ୍ୟରେ ଦୁଇ ଦଶନ୍ଧିରୁ ଊଦ୍ଧ୍ୱର୍କାଳ ଧରି ନିୟୋଜିତ ଅଛନ୍ତି ଓ ଜଣେ ସଂସ୍କୃତିକର୍ମୀ ଭାବରେ ସୁଖ୍ୟାତି ଅର୍ଜନ କରିଛନ୍ତି । ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରସିଦ୍ଧ କବି ରାଜେଂଦ୍ର କିଶୋର ପଂଡ଼ା, ବିଶିଷ୍ଟ ସମାଲୋଚକ କୃଷ୍ଣଚନ୍ଦ୍ର ପ୍ରଧାନ ଓ ଲୋକସଂସ୍କୃତି ଗବେଷକ ଡ. ଅଜୟ କୁମାର ମିଶ୍ର ଯୋଗଦେବେ ଓ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡ. ହରେକୃଷ୍ଣ ପାତ୍ର ସଭାପତିତ୍ୱ କରିବେ ବୋଲି ଫାଉଣ୍ଡେସନ୍‌ର ସଂପାଦିକା ଅଧ୍ୟାପିକା ଡ. ଅନ୍ୟା ଅନୁରୂପା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button