ରାଜସ୍ଥାନରେ ବିଜେପି ପାଇପାରେ ୧୦୯ରୁ ୧୧୯ ଟି ଆସନ : ସର୍ଭେ

ନୂଆଦିଲ୍ଲୀ : ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏବେଠୁ ରାଜନୈତିକ ଦଳ ଗୁଡିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଲାଣି। ସରଗରମ ହେଉଛି ରାଜନୀତି। ଉଭୟ କଂଗ୍ରେସ ଓ ବିଜେପି ବିଭିନ୍ନ ସ୍ଥାନରେ ପ୍ରଚାର ଆରମ୍ଭ କରିଦେଇଥିବା ବେଳେ କିଏ ସରକାର ଗଢିବ ତାହା ଉପରେ ରହିଛି ସମସ୍ତଙ୍କ ନଜର। ଏହିଭଳି ସମୟରେ ଆସିଛି ଏବିପି ନ୍ୟୁଜ୍ ସି-ଭୋଟର ଜନମତ ସର୍ଭେ ରିପୋର୍ଟ।

ସର୍ଭେ ଅନୁଯାୟୀ ବିଜେପି ରାଜସ୍ଥାନରେ ପୁଣି ଥରେ ବିଜୟର ସ୍ୱାଦ ଚାଖିବ। ଏଠାରେ ଦଳକୁ ୧୦୯ରୁ ୧୧୯ଟି ଆସନ ମିଳିବାର ସମ୍ଭାବନା ରହିଛି। ସେହିପରି ପାରେ। କଂଗ୍ରେସକୁ ୭୮-୮୮ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ ବୋଲି କୁହାଯାଇଛି। ଏହାର ଅର୍ଥ କଂଗ୍ରେସ ବିରୋଧୀଦଳ ଆସନରେ ବସିବ। ଅନ୍ୟ ଦଳକୁ ମିଳିବ ୧ରୁ ୫ଟି ଆସନ। ଆସନ୍ତା ନିର୍ବାଚନରେ ବିଜେପିକୁ ୪୬ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ଥିବାବେଳେ କଂଗ୍ରେସକୁ ୪୧ ପ୍ରତିଶତ ଓ ଅନ୍ୟ ଦଳକୁ ୧୩ ପ୍ରତିଶତ ଭୋଟ୍ ମିଳିପାରେ ବୋଲି ସର୍ଭେରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ରାଜସ୍ଥାନରେ ସମୁଦାୟ ବିଧାନସଭା ଆସନ ସଂଖ୍ୟା ୨୦୦। ସରକାର ଗଢିବାକୁ ଅତି କମରେ ୧୦୧ଟି ଆସନ ଆବଶ୍ୟକ। ହେଲେ ଗତ ନିର୍ବାଚନରେ ବିଜେପି ସମସ୍ତ ୨୦୦ ଆସନରେ ପ୍ରାର୍ଥୀ ଦେଇଥିଲେ ହେଁ ସଂଖ୍ୟାଗରିଷ୍ଠତା ଠାରୁ ପଛରେ ରହିଥିଲା। କଂଗ୍ରେସ ପାଇଥିଲା୧୦୦ରୁ ଅଧିକ ଆସନ।

Leave a Reply

Your email address will not be published. Required fields are marked *

Back to top button