ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଯୋଡା : କେନ୍ଦୁଝର ଯୋଡା ପୌରପାଳିକା ୫ନଂ ୱାର୍ଡ ଆଜାଦବସ୍ତି ଅଞ୍ଚଳରେ ଆଜି ଜଣେ ଯୁବକ ବୁଦ୍ଧୁରାମ ସିରିକା ମୁଣ୍ଡାକୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି।

ଖବର ଅନୁଯାୟୀ ବୁଦ୍ଧୁରାମ ସିରିକା ମୁଣ୍ଡାଙ୍କ ସହ ପଡୋଶୀ ମାନି ମୁଣ୍ଡା ଓ ଶିବ ମୁଣ୍ଡା କୌଣସି କାରଣ ନଥାଇ ଗଣ୍ଡଗୋଳ ସୃଷ୍ଟି କରିଥିଲେ। ଏହି ସମୟରେ ଲଦର ମୁଣ୍ଡା, ମାନି ମୁଣ୍ଡା ଓ ଶିବ ମୁଣ୍ଡା ବୁଦ୍ଧୁରାମଙ୍କ ଘରେ ପଶି ପଥରରେ ଛେଚି ଛେଚି ହତ୍ୟା କରି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ଓ ପଡୋଶୀ ହତ୍ୟାକାରୀ ଦୁଇଭାଇଙ୍କୁ କାବୁ କରି ପୋଲିସର ଜିମା ଦେଇଥିବା ବେଳେ ଲଦର ମୁଣ୍ଡା ସେଠାରୁ ପଳାଇଯିବାକୁ ସକ୍ଷମ ହୋଇଥିଲା। ଖବର ପାଇ ଯୋଡା ଥାନା ଅଧିକାରିଣୀ ପଦ୍ମାଳୟା ସାହୁ ଘଟଣା ସ୍ଥଳରେ ପହଞ୍ଚି ବସ୍ତିବାସିନ୍ଦାଙ୍କ କବଳରୁ ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲେ ହେଁ ତଦନ୍ତ ଜାରି ରଖିଛନ୍ତି।

ବୁଦ୍ଧୁରାମଙ୍କ ସ୍ତ୍ରୀ ସରସ୍ୱତୀ ସିରିକା ମୁଣ୍ଡା ଜଣେ ଦିନ ମଜୁରିଆ ହୋଇଥିବାରୁ କାମ କରିବାକୁ ବାହାରକୁ ଯାଇଥିଲେ। ତାଙ୍କର ୪ଟି ସନ୍ତାନ ଦାଣ୍ଡରେ ଖେଳୁଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତମାନେ ହତ୍ୟାକାଣ୍ଡ ଭିଆଇଥିଲେ।

Leave a Reply

Your email address will not be published. Required fields are marked *

Back to top button