ଲଟେରୀରେ ମଦ ଦୋକାନ ବଣ୍ଟନ ବିରୋଧରେ ଆବେଦନ ଖାରଜ

କଟକ : ରାଜ୍ୟ ସରକାର ଲଟେରି ମାଧ୍ୟମରେ ମଦ ଦୋକାନ ବଣ୍ଟନ କରିବାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଅବକାରୀ ନୀତିରେ ହୋଇଛି ସଂଶୋଧନ। କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ କେତେକ ମଦ ବ୍ୟବସାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ଖବର ଅନୁଯାୟୀ ଆଜି ହାଇକୋର୍ଟରେ ଏହି ଆବେଦନ ଉପରେ ଶୁଣାଣି ହୋଇଥିଲା। ଆବେଦନକାରୀ ଦର୍ଶାଇଥିଲେ ସରକାରଙ୍କ ନୂଆ ମଦ ନୀତି ଅନୁସାରେ ମଦ କାଉଣ୍ଟର ଲଟେରିରେ ଭାଗ ନେବାକୁ ୧ ଲକ୍ଷ ଟଙ୍କା ଜମା ଦେବାକୁ ପଡୁଛି। ଲଟେରି ନ ମିଳିଲେ ଟଙ୍କା ଫେରସ୍ତର ବ୍ୟବସ୍ଥା ନାହିଁ। ଏହିପରି ହାଇକୋର୍ଟରେ ୨୦ଟି ମାମଲା ରୁଜୁ ହୋଇଥିଲା। କିନ୍ତୁ ହାଇକୋର୍ଟ ସରକାରଙ୍କ ନିୟମରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଥିବା ବେଳେ ସମସ୍ତ ମାମଲାକୁ ଖାରଜ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button