ପୋଲିସ ଗୁଳିରେ ୩ ମାଓବାଦୀ ସଫା, ଡିଏସ୍‌ପି ଆହତ

ଭୁ‌ବନେଶ୍ଵର : କଳାହାଣ୍ଡିର ମଦନପୁର ରାମପୁର ତାପରଙ୍ଗ ଜଙ୍ଗଲରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଡ଼ିଏସପିଙ୍କ ଗୋଡ଼ରେ ଦୁଇଟି ଗୁଳି ବାଜିବାରୁ ତାଙ୍କୁ ଏୟାରଲିଫ୍ଟରେ ଭୁବନେଶ୍ୱର ଆଣିବା ପରେ ଗ୍ରୀନ କରିଡରରେ ଏମ୍ସ ନିଆଯାଇଛି। ବର୍ତ୍ତମାନ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ କିଛି ଏକେ-୪୭ ସହ ଅସ୍ତ୍ରଶସ୍ତ୍ର ମିଲିଛି। ମୃତ ମାଓବାଦୀମାନେ ଛତିଶଗଡ଼ର କେକେବିଏନ୍‌ର ବୋଲି ସନ୍ଦେହ କରାଯାଉଛି। ଏହି ସୂଚନା ଦେଇଛନ୍ତି ଏଡିଜି (ଅପରେସନ) ଅମିତାଭ ଠାକରୁ।

ସୂଚନାଯୋଗ୍ୟ ତାପରେଙ୍ଗ ସଂରକ୍ଷିତ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button