ସମ୍ବଲପୁରରେ ସ୍ଥିତି ସ୍ଵାଭାବିକ ହେଉଛି : ଡିଜିପି

ସମ୍ବଲପୁର : ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ପଥରମାଡକୁ ନେଇ ସମ୍ବଲପୁରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ନିୟନ୍ତ୍ରଣ ପାଇଁ ଲାଗୁହୋଇଥିଲା କର୍ଫ୍ୟୁ। ଯାହା ଏବେବି ବଳବତ୍ତର ରହିଛି। ହେଲେ ହଟିବା ନେଇ ଦିନେ ଦୁଇଦିନ ଭିତରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ।

ସମ୍ବଲପୁରରେ ସ୍ଥିତିର ସମୀକ୍ଷା କରି ଶ୍ରୀ ବଂଶଲ କହିଛନ୍ତି ଏବେ ସମ୍ବଲପୁରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସ୍ଥିତି ସ୍ଵାଭାବିକ ହେଉଛି। ଜନସାଧାରଣଙ୍କୁ ସହଯୋଗ କରିବାକୁ ଅପିଲ କରାଯାଇଥିବା ବେଳେ ଅପ୍ରୀତିକର ଘଟଣାରେ ସଂପୃକ୍ତଙ୍କ ବିରୋଧରେ ହେଉଛି କାର୍ଯ୍ୟାନୁଷ୍ଠାନ। ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ପଠାଯିବ। ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ଆଜି କଟକଣାକୁ ଅଧିକ କୋହଳ କରାଯାଇଥିଲା। କୌଣସି ପ୍ରକାର ହିଂସାକାଣ୍ଡର ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *

Back to top button