ଜେଲ କର୍ତ୍ତୃପକ୍ଷ ଇମେଲ୍ ନଖୋଲିବାରୁ ୩ ବର୍ଷ ଜେଲରେ ରହିଲେ ଯୁବକ

ଅହମଦାବାଦ : କୋର୍ଟ ଜାମିନ ଦେଲେ। କିନ୍ତୁ ଜେଲ ବିଭାଗର ଅବହେଳା ଯୋଗୁଁ ଜଣେ ଯୁବକକୁ ୩ ବର୍ଷ ଅଧିକ ଜେଲରେ ରହିବାକୁ ପଡ଼ିଛି। ଏହି ଘଟଣା ଗୁଜରାଟରେ ଘଟିଛି।

ଖବର ଅନୁଯାୟୀ ୨୦୨୦ରେ ଗୁଜରାଟ ହାଇକୋର୍ଟ ଚନ୍ଦନଜୀ ଠାକୋର ନାମକ ଯୁବକକୁ ଜାମିନ ଦେଇଥିଲେ। କୋର୍ଟର ରେଜିଷ୍ଟ୍ରାର ଯୁବକ ରହୁଥିବା ଜେଲକୁ ଏକ ଇ-ମେଲ ମାଧ୍ୟମରେ ଜାମିନ ଆଦେଶ ପଠାଇଥିଲେ। କିନ୍ତୁ ଜେଲ କର୍ତ୍ତୃପକ୍ଷ ଅବହେଳା ବଶତଃ ଇମଲେର ସଂଲଗ୍ନ ଥିବା କୋର୍ଟଙ୍କ ଆଦେଶକୁ ନଖୋଲିବାରୁ ଯୁବକଙ୍କୁ ଖଲାସ କରାଯାଇପାରିନଥିଲା। ଏହି ଘଟଣାକୁ ନେଇ ଗୁଜରାଟ ହାଇକୋର୍ଟ କେବଳ ଆଶ୍ଚର୍ଯ୍ୟ ହୋଇନାହାନ୍ତି ଅଧିକ ୩ ବର୍ଷ ଜେଲରେ ରହିଥିବାରୁ ସଂପୃକ୍ତ ଯୁବକଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button