ବରଗଡ଼ରେ ଲୁଚିଥିଲା ଗୁଡୁ ମୁସଲିମର ଡ୍ରାଇଭର

ଭୁବନେଶ୍ଵର : ଉମେଶ ପାଲ ହତ୍ୟାକାଣ୍ଡ ପରେ ଗୁଡୁ ମୁସଲିମ ଫେରାର। ପୋଲିସ ଏକାଧିକ ଟିମ ଗଠନ କରି ତା’କୁ ଧରିବାକୁ ପ୍ରୟାସ ଜାରି ରଖିଥିବାରୁ ଗୁଡୁ ମୁସଲିମ ନିୟମିତ ଠିକଣା ବଦଳାଇ ଚାଲିଛି।

ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଗୁଡୁ ମୁସଲିମର ଶେଷ ଠିକଣା ଥିଲା ପୁରୀ। ସେ ବରଗଡ଼ରେ ମଧ୍ୟ ରହୁଥିଲା କୁହାଯାଇଛି। ସେଥିପାଇଁ ୟୁପିର ଏସ୍‌ଟିଏଫ୍‌ ଟିମ୍ ବରଗଡ଼ ଆସି ରାଜା ଖାନ ନାମକ ଯୁବକଙ୍କୁ ପଚରାଉଚରା କରିଛି। ଗୁଡୁ ମୁସଲିମର ଡ୍ରାଇଭରର ସହଯୋଗୀ ରାଜା ଖାନ। ରାଜା ପାଖରେ ଗୁଡୁ ମୁସଲିମର ଡ୍ରାଇଭର ଲୁଚି ରହିଥିବା ୟୁପିର ଏସ୍‌ଟିଏଫ୍‌ ଟିମ୍ ମୋବାଇଲ୍ ଟ୍ରାକିଂରୁ ଜାଣିପାରିଥିଲା। ଏହାଛଡା ରାଜା ଖାନ ସୁନ୍ଦରଗଡ଼ର ବାସିନ୍ଦା ହୋଇଥୋବା ବେଳେ ଦୀର୍ଘଦିନ ହେବ ବରଗଡ଼ ଜିଲ୍ଲାରେ ରହି ବ୍ୟବସାୟ କରୁଛନ୍ତି।

ବରଗଡ଼ ଏସ୍‌ପି କହିଛନ୍ତି ୟୁପିର ଏସ୍‌ଟିଏଫ୍‌ର ୫ ଜଣିଆ ଟିମ୍ ୧୮ ତାରିଖରେ ବରଗଡ଼ ଆସିଥିଲେ। ଦୁଇଦିନ ବରଗଡ଼ରେ ରହି ଜଣେ ବ୍ୟକ୍ତିକୁ ଜେରା କରିଥିଲେ। ସେହିପରି ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର କହିଛନ୍ତି ୟୁପିର ଏସ୍‌ଟିଏଫ୍‌ ଟିମ୍ ବରଗଡ଼ ଆସି ଜଣେ ଲୋକକୁ ଜେରା କରିଛନ୍ତି। ଆଇନ ଅନୁସାରେ ଏଥିରେ ସହାୟତା କରିଥିଲୁ।

Leave a Reply

Your email address will not be published. Required fields are marked *

Back to top button