ରାଷ୍ଟ୍ରପତି ଭାଷଣ ବେଳେ ବିଦ୍ୟୁତ କଟିବା ଘଟଣାରେ ଜଣେ ନିଲମ୍ବିତ

ବାରିପଦା : ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାଷଣ ଦେବା ବେଳେ ୯ ମିନିଟ୍ ପାଇଁ ବିଦ୍ୟୁତ କଟି ଯାଇଥିଲା। ଏହି ଘଟଣାରେ ବିଶ୍ୱବିଦ୍ୟାଳୟର ବିଦ୍ୟୁତ୍‌ କର୍ମଚାରୀ ଜୟନ୍ତ ତ୍ରିପାଠୀ ନିଲମ୍ବିତ ହୋଇଛନ୍ତି। ଏଭଳି ତ୍ରୁଟି ପାଇଁ ମୁଁ ନିଜେ ନିଜକୁ ଦାୟୀ କରୁଛି ବୋଲି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି।

ଘଟଣାକୁ ନେଇ କ୍ଷମା ମାଗିବା ସହିତ କୁଳପତି କହିଛନ୍ତି ସମାରୋହ ଅନୁଷ୍ଠିତ ହେଉଥିବା ବିଲଡିଂ ଇଡକୋ ତିଆରି କରିଥିଲା। ଜେନେରେଟର ମଧ୍ୟ ସଜାଡ଼ିଥିଲା। ହେଲେ ବିଦ୍ୟୁତ କଟିବା ସମୟରେ ସେଇଟା କାମ ନଦେବାରୁ ଆମକୁ ଲଜ୍ଜିତ ହେବାକୁ ପଡ଼ିଲା। ମୁଁ ଦାୟିତ୍ୱ ମୁଣ୍ଡରୁ ଖସାଇବା ଲୋକ ନୁହେଁ, ମୁଁ କ୍ଷମାପ୍ରାର୍ଥନା କରୁଛି। ଏହି ତ୍ରୁଟି ସଂପର୍କରେ ନିଶ୍ଚିତ ଅନୁସନ୍ଧାନ କରାଯିବ। ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ ହୋଇଛି। କମିଟି ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ହେବ।

ସେହିପରି ଆର୍‌ଡିସି ସହ ବୈଠକ ପରେ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜ କହିଛନ୍ତି ଘଟଣାର ତଦନ୍ତ କରାଯିବ। ତେବେ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଘଟିଛି।

Leave a Reply

Your email address will not be published. Required fields are marked *

Back to top button