ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା : ପତ୍ନୀ ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି

କଟକ : ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ତଳକୋର୍ଟର ଜାରି ଜାମିନ ବିହୀନ ଗିରଫ ପରୱାନା ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଆସନ୍ତା ଜୁଲାଇ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣ ହେବ।
ଖବର ଅନୁଯାୟୀ ପାରଳାଖେମୁଣ୍ଡି ଏସଡିଜେଏମଙ୍କୁ ଚ୍ୟାଲେଞ୍ଜ କରି ବିଦ୍ୟାଭରତୀ ହାଇକୋର୍ଟ ଆସିଥିଲେ। ପୂର୍ଵରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଥିଲା। ବିଦ୍ୟାଭରତୀ, ସଂଗ୍ରାମ କେଶରୀ ବେହେରା ଓ ପତ୍ନୀ ମନ୍ମଥ କୁମ୍ଭଙ୍କ ବିରୋଧରେ ପାରଳାଖେମୁଣ୍ଡି ଏସଡିଜେମ କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଛନ୍ତି।
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି ପରେ ପୋଲିସ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ପତ୍ତା ପାଉନଥିଲା। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଆଇଆଇସି ବିକ୍ରମ କେଶରୀ ଜେନାଙ୍କ କହିବା ଅନୁଯାୟୀ କୋର୍ଟଙ୍କ ସମନ୍ ପରେ ପୋଲିସ ଟିମ୍ ବିଦ୍ୟାଭାରତୀଙ୍କ କପ୍ତିପଦାସ୍ଥିତ ପୈତୃକ ବାସଭବନରେ ଚଢ଼ଉ କରିଥିଲା। ହେଲେ ତାଙ୍କର ପତ୍ତା ମିଳିନଥିଲା। ତାଙ୍କ ବାପା, ମାଙ୍କୁ ପଚରାଉଚରା କରାଯାଇଥିଲା। ସେ ଯେଉଁସବୁ ସ୍ଥାନରେ ଥାଇପାରନ୍ତି, ସେଠାରେ ଚଢ଼ଉ ଜାରି ରହିଥିଲା।



























