ଭାରତରେ ଆଫଗାନି ଆତଙ୍କବାଦୀ : ଗୁଇନ୍ଦା ସଂସ୍ଥାର ଆଲର୍ଟ ଜାରି

ନୂଆଦିଲ୍ଲୀ : ଭାରତରେ ପ୍ରଥମଥର ଆଫଗାନି ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ସେମାନେ ସେନା ଶିବିର କିମ୍ବା ବଡ ସରକାରୀ ସଂସ୍ଥାକୁ ଟାର୍ଗେଟ କରିବାର ଆଶଙ୍କା ପ୍ରକାଶ ପାଇଥିବା ବେଳେ ଗୁଇନ୍ଦା ସଂସ୍ଥା ଆଲର୍ଟ ଜାରି କରିଛି।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଉରୀ ସେକ୍ଟରର ଏକ ପୋଷ୍ଟରେ ତାର କାଟି ଆଫଗାନ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଯାଇଛି। ସେମାନଙ୍କୁ ଭାରତରେ ପ୍ରବେଶ କରାଇ ଫେରିବା ସମୟରେ ପାକ ଆତଙ୍କବାଦୀଙ୍କ ସହ ଭାରତୀୟ ସୁରକ୍ଷାବଳର ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଠାରୁ ଘାତକ ଅସ୍ତ୍ର ଜବତ କରାଯାଇଛି। ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ୨୦୨୧ ସେପ୍ଟେମ୍ବର ୧୮ ତାରିଖରେ ୫ ଆଫଗାନ ଆତଙ୍କବାଦୀ ଉରୀ ସେକ୍ଟରର ଏକ ପୋଷ୍ଟରୁ ଭାରତକୁ ଅନୁପ୍ରବେଶ କରିଛନ୍ତି। ସେଥିପାଇଁ ସବୁ ସନ୍ଦିଗ୍ଧ ସ୍ଥାନରେ ଚଢ଼ଉ ଜାରି ରହିଛି।

ସେହିପରି ପଞ୍ଜାବର ତରନ୍‌ତାରନ୍‌ ଜିଲ୍ଲାରୁ ୩ ଜଣ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ସହ ଗିରଫ କରାଯାଇଛି। ସେମାନେ ହେଲେ ପଞ୍ଜାବର ରୋଲୀ ଗାଁର କୁଲବିନ୍ଦର ସିଂହ, ମୋଗା ଅଞ୍ଚଳର କମଳପ୍ରୀତ ସିଂହ ଓ ଗୋବିନ୍ଧ ବସ୍ତୀର କଓ୍ବଁର ପାଲ ସିଂହ। ଏହି ଆତଙ୍କବାଦୀମାନେ ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଛି। ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଥିବାରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button