ହମାସ୍‌ର ୧୫୦ ଭୂତଳ ଟାର୍ଗେଟ୍‌ ଉପରେ ଇସ୍ରାଏଲର ଆକ୍ରମଣ

ଗାଜା : ଇସ୍ରାଏଲ ଗାଜାରେ ସ୍ଥଳ ଅଭିଯାନକୁ ଜୋରଦାର କରିଛି। ଉତ୍ତର ଗାଜାରେ ୧୫୦ଟି ଭୂତଳ ଟାର୍ଗେଟ୍‌ ଉପରେ ହୋଇଛି ଆକ୍ରମଣ। ଏଥିରେ ଅନେକ ହମାସ ଆତଙ୍କବାଦୀ ମୃତ୍ୟୁ ହୋଇଛି। ହେଲେ ହମାସ ପକ୍ଷରୁ କୁହାଯାଇଛି ଗୋଷ୍ଠୀର ସଦସ୍ୟମାନେ ପୂର୍ଣ୍ଣ କ୍ଷମତାରେ ଇସ୍ରାଏଲ ଆକ୍ରମଣର ଜବାବ ଦେବେ।ଙ୍କର

ଖବର ଅନୁଯାୟୀ ଇସ୍ରାଏଲ ସେନା ଗତକାଲି ରାତିସାରା ଆତଙ୍କୀ ସୁଡ଼ଙ୍ଗ ଓ ଭୂତଳ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି। ଏଥିରେ ଅନେକ ହମାସ ଆତଙ୍କବାଦୀ ନିହତ ହୋଇଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସୂଚନା ଅନୁଯାୟୀ ହମାସ ଗୋଷ୍ଠୀର ଏରିଏଲ ମୁଖ୍ୟ ଅସେମ ଅବୁ ରକବା ନିହତ ହୋଇଛି। ଅକ୍ଟୋବର ୭ ଆକ୍ରମଣ ଯୋଜନାରେ ସମ୍ପୃକ୍ତ ଓ ପାରାଗ୍ଲାଇଡରରେ ଇସ୍ରାଏଲରେ ଅନୁପ୍ରବେଶ କରିଥିବା ଆତଙ୍କୀଙ୍କୁ ସେ କମାଣ୍ଡ ଦେଇଥିଲା। ଆଇଡିଏଫ୍‌ ‌ପୋଷ୍ଟ୍‌ ଉପରେ ଡ୍ରୋନ୍‌ ଆକ୍ରମଣ ପାଇଁ ମଧ୍ୟ ସେ ଦାୟୀ। ଶନିବାର ଗାଜା ଷ୍ଟ୍ରିପ୍‌‌ରେ ଗୁଳିଗୋଳା ବର୍ଷା ଓ ବିମାନ ଆକ୍ରମଣ ଜାରି ରହିଛି। ହମାସ ଆକ୍ରମଣରେ ଇସ୍ରାଏଲରେ ୧୪୦୦ରୁ ଅଧିକ ନାଗରିକ ଓ ଗାଜାରେ ୭,୭୦୦ ଲୋକଙ୍କର ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ଇସ୍ରାଏଲ ସେନା କହିଛି ଗାଜାର ସବୁଠୁ ବଡ ହସପିଟାଲ ଅଲ-ଶିଫା ତଳେ ହମାସର ଅଣ୍ଡରଗ୍ରାଉଣ୍ଡ ଆଡ୍ଡା। ସେଥିରେ ରହିଛି ଭରପୂର ଅସ୍ତ୍ରଶସ୍ତ୍ର। ଏହା ମୁଖ୍ୟାଳୟ ହୋଇଥିବା ବେଳେ ଏଠାରୁ ହମାସ ସବୁ ଅପରେସନ ପରିଚାଳିତ କରୁଛି। ହମାସ ଆକ୍ରମଣ ଆଶଙ୍କାରେ ସାଧାରଣ ନାଗରିକଙ୍କୁ ଢାଲ କରିବାକୁ ହସ୍ପିଟାଲକୁ ଅଧିକ ସୁରକ୍ଷିତ ସ୍ଥାନଭାବେ ବାଛିଛି। କାରଣ ଯୁଦ୍ଧରେ ବେସାହାରା ହୋଇଥିବା ପ୍ରାୟ ୪୦ହଜାର ଲୋକ ଏହି ହସ୍ପିଟାଲରେ ଶରଣ ନେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button