ସିଦ୍ଧୁଙ୍କ ଇସ୍ତଫା ଗ୍ରହଣ କଲେନି ହାଇକମାଣ୍ଡ

ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁ ମଙ୍ଗଳବାର ଇସ୍ତଫା ଦେଇଥିଲେ। ଯାହା ଚର୍ଚ୍ଚାର ବିଷୟ ହୋଇଥିଲା। ହେଲେ ଦଳର ହାଇକମାଣ୍ଡ ସିଦ୍ଧୁଙ୍କ ଇସ୍ତଫା ପତ୍ର ଗ୍ରହଣ ନକରି ମାମଲା ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତୃବୃନ୍ଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପଞ୍ଜାବ କଂଗ୍ରେସକୁ ବିବାଦ ଛାଡୁନାହିଁ। ଦଳର ନେତା ନବଜୋତ ସିଂହ ସିଦ୍ଧୁଙ୍କ ସହିତ ବିବାଦ ଲାଗି ରହିବାରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ଏବେ ଚରଣଜିତ ସିଂହ ଚନ୍ନୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ତଥାପି କଳି ତୁଟୁନାହିଁ। ବଢିଚାଲିଛି ଅଡୁଆ। ଯାହାଫଳରେ ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ପଦରୁ ସିଦ୍ଧୁ ଓ ତାଙ୍କ ସମର୍ଥକ ନେତା ମଙ୍ଗଳବାର ଇସ୍ତଫା ଦେଇଛନ୍ତି।

କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ସିଦ୍ଧୁ ପଠାଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି ସାଲିସ୍ କଲେ ବ୍ୟକ୍ତିର ଚରିତ୍ର ଶେଷ ହୋଇଯାଏ। ମୁଁ ପଞ୍ଜାବର ଭବିଷ୍ୟତ ଓ ପଞ୍ଜାବର ଜନତାଙ୍କ କଲ୍ୟାଣର ଏଜେଣ୍ଡା ସହ କେବେ ସାଲିସ୍ କରି ପାରିବି ନାହିଁ। ଏଥିପାଇଁ ମୁଁ ପଞ୍ଜାବ କଂଗ୍ରେସ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଉଛି। କିନ୍ତୁ କଂଗ୍ରେସର ସେବା କରିବା ଜାରି ରହିବ। ସୂଚନାଯୋଗ୍ୟ ସିଦ୍ଧୁଙ୍କ ଇସ୍ତଫା ଦେବା ପରେ ତାଙ୍କୁ ସମର୍ଥନ କରି ପଞ୍ଜାବ କଂଗ୍ରେସ ସାଧାରଣ ସଂପାଦକ, କୋଷାଧ୍ୟକ୍ଷ ଓ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button