ATM ରୁ ଫଟା ନୋଟ ବାହାରିଲେ କଣ କରିବେ ?

ବେଳେବେଳେ ଏଟିଏମରୁ ଟଙ୍କା କାଢିବା ସମୟରେ କିଛି ଚିରା ବା ଫଟା ନୋଟ ବାହାରିଥାଏ । ଯଦି ଏଟିଏମରୁ ଟଙ୍କା ବାହାର କରିବା ସମୟରେ ଆପଣଙ୍କ ହାତକୁ ଚିରା କିମ୍ବା ଫଟା ନୋଟ ଆସୁଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଚିରା ନୋଟକୁ କିପରି ଆପଣ ବଦଳାଇବେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଦେଶର ବଡ ବ୍ୟାଙ୍କ ଏସବିଆଇ ଜାରି କରିଛି ନୂଆ ନିୟମ । ଅଭିଯୋଗ କରି ଗ୍ରାହକ ଚିରା ନୋଟକୁ ବଦଳାଇ ପାରିବେ । ଚିରା ନୋଟକୁ ନେଇ ଲୋକ ମାନଙ୍କ ମନରେ ଯେଉଁ ସବୁ ପ୍ରଶ୍ନ ଉଠୁଥିଲା ତା ଉପରେ ପୁନଛେତ ଆଣିଛି ଏସବିଆଇ । ଯେଉଁଠି ଅନ୍ୟ ବ୍ୟାଙ୍କ ଗୁଡିକ ଚିରା ଫଟା ନୋଟ ଗୁଡିକୁ ବଦଳାଇବା ପାଇଁ ରାଜି ହୁଅନ୍ତି ନାହିଁ ସେଠାରେ ଏସବିଆଇ ଗ୍ରାହକଙ୍କୁ ଆଶ୍ଵସ୍ତି ଦେଇଛି ।

ଜଣେ ଗ୍ରାହକଙ୍କ ପ୍ରଶ୍ନର ଉତ୍ତର ଦେଇ ଏସବିଆଇ କହିଛି, ଯଦି କୌଣସି ବି ଗ୍ରାହକ ଚିରା ଫଟା ନୋଟକୁ ନେଇ ଅଭିଯୋଗ ଆଣନ୍ତି ତେବେ ସେହି ଚିରା ନୋଟର ଗୁଣ ଭତ୍ତା ଯାଞ୍ଚ କରି ନୋଟକୁ କୌଣସି ବ୍ରାଞ୍ଚରେ ଗ୍ରାହକ ବଦଳାଇ ପାରିବେ । ଯଦି ଏଟିଏମରୁ ଚିରା ନୋଟ ବାହାରେ ତେବେ ସେହି ନୋଟକୁ ବଦଳାଇବା ପାଇଁ ଆପଣଙ୍କୁ ସେହି ବ୍ୟାଙ୍କରେ ଆବେଦନ କରିବାକୁ ପଡିବ । ଏଟିଏମରୁ ଟଙ୍କା ଉଠାନ ତାରିକ ସମୟ ଓ ଏଟିଏମର ଲୋକେସନ ଲେଖିବାକୁ ପଡିବ । ଏହା ସହିତ ଟଙ୍କା ଉଠାନର ସ୍ଲିପ ମଧ୍ୟ ଆଟାଚ କରିବାକୁ ପଡିବ । ଯଦି ଆପଣଙ୍କ ପାଖରେ ସ୍ଲିପ ନାହିଁ ତା ହେଲେ ମୋବାଇଲକୁ ଆସିଥିବା ମେସେଜର ସମସ୍ତ ବିବରଣୀ ଦେବାକୁ ପଡିବ । ଆରବିଆଇର ରିପୋର୍ଟ ଅନୁଯାଇ କୌଣସି ବି ସରକାରୀ ବ୍ୟାଙ୍କ ଟଙ୍କାକୁ ବଦଳାଇବା ପାଇଁ ମନା କରିବେ ନାହିଁ । ଏହି ଟଙ୍କା ବଦଳାଇବା ପ୍ରକ୍ରିୟାରେ ଅଧିକ ସମୟ ମଧ୍ୟ ଲାଗିବ ନାହିଁ ।

Leave a Reply

Your email address will not be published. Required fields are marked *

Back to top button