ଭୋଗରାଇରେ ମା’ଙ୍କୁ ପୋଡ଼ି ମାରିଥିବା ଅଭିଯୋଗ

ବାଲେଶ୍ୱର : ଭୋଗରାଇ ବ୍ଲକ୍‌ ଅଞ୍ଚଳରେ ହୃଦୟବିଦାରକ ଘଟଣା। ବୀମା ଟଙ୍କା ପାଇଁ ମା’କୁ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଶନିବାର ରାତିରେ କମର୍ଦ୍ଦା ଥାନା ବେଲଡା ଗାଁର ଖୁଦିରାମ ବେରା ଓ ପତ୍ନୀ ମଞ୍ଜୁରାଣୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଘଟଣାର ସମାଧାନ ହେବାରୁ ପରିବାର ଖାଇପିଇ ଶୋଇଥିଲେ। ପରେ ମଞ୍ଜୁରାଣୀ ଦେହରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଗାଁ ଲୋକେ ପୋଲିସ୍‌କୁ ଖବର ଦେଇଥିଲେ।

ଅନ୍ୟପକ୍ଷରେ ଗାଁ ଲୋକ କହୁଛନ୍ତି ବୀମା ଟଙ୍କା ପାଇଁ ମଞ୍ଜୁରାଣୀଙ୍କୁ ପୁଅମାନେ ହତ୍ୟା କରିଛନ୍ତି। ଘର ବାହରେ ପୋଡ଼ିଦେଇ ଘର ଭିତରେ ମୃତଦେହ ପକାଇ ଆତ୍ମହତ୍ୟାର ରୂପ ଦେଉଛନ୍ତି। କେବେଳ ସେତିକି ନୁହେଁ ଚର୍ଚ୍ଚା ହେଉଛି ମଞ୍ଜୁରାଣୀ ବୀମା ଟଙ୍କା ବାବଦକୁ ପାଇଥିବା ୬ ଲକ୍ଷ ଟଙ୍କା କାହାକୁ ନଦେଇ ପାଖରେ ରଖିଥିଲେ। ସେହି ଟଙ୍କା ହାତେଇବା ପାଇଁ ହତ୍ୟା କରାଯାଇଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button