ହରିୟାଣାରେ ମଦ ମୃତ୍ୟୁ : ନେତାଙ୍କ ପୁଅ ସମେତ ୭ ଗିରଫ

ନୂଆଦିଲ୍ଲୀ : ହରିୟାଣାରେ ମଦ ମୃତ୍ୟୁ। ଯମୁନାନଗର ଓ ଅମ୍ବଲା ଜିଲ୍ଲାର ବିଭିନ୍ନ ଗ୍ରାମର ୧୯ ଜଣ ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ କଂଗ୍ରେସ ଓ ଜନନାୟକ ଜନତା ପାର୍ଟି (ଜେଜେପି) ନେତାଙ୍କ ଦୁଇ ପୁଅ ସମେତ ସାତ ଜଣଙ୍କୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ଯମୁନାଗର ଓ ପଡୋଶୀ ଅମ୍ବାଲା ଜିଲ୍ଲାର ମାଣ୍ଡେୱରୀ, ପାନଜେଟୋ କା ମଜ୍ରା, ଫୋସଗଡ ଓ ସରାନ ଗ୍ରାମର ୧୯ ଜଣ ଲୋକ ବିଷାକ୍ତ ମଦ ପିଇ ମରିଛନ୍ତି। ଘଟଣାକୁ ନେଇ ମନୋହର ଲାଲ ଖଟ୍ଟର ସରକାରଙ୍କୁ ବିରୋଧୀ ସମାଲୋଚନା କରିଛନ୍ତି। ଅଭିଯୋଗ କରିଛନ୍ତି ରାଜ୍ୟ ସରକାର ଅତୀତର ଏପରି ଘଟଣାରୁ ଶିକ୍ଷା ଗ୍ରହଣ କରିବାରେ ବିଫଳ ହୋଇଛନ୍ତି।

ପୋଲିସ ସୂଚନା ହେଲା ଗୁରୁବାର ଅମ୍ବଲାରେ ଉତ୍ତରପ୍ରଦେଶର ଦୁଇଜଣ ପ୍ରବାସୀ ଶ୍ରମିକ ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଲୋକେ ମଦ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅମ୍ବାଲା ପୋଲିସ ଏକ ପରିତ୍ୟକ୍ତ କାରଖାନାରେ ନିର୍ମିତ ୨୦୦ କ୍ରେଟ୍ ନକଲି ମଦ ଜବତ କରିଛି। ବେଆଇନ ମଦ ତିଆରିରେ ବ୍ୟବହୃତ ୧୪ଟି ଖାଲି ଡ୍ରମ୍ ଓ ସାମଗ୍ରୀ ଜବତ ହୋଇଛି। କରିଛି ପୁଲିସ। ମଦମୃତ୍ୟୁର ତଦନ୍ତ ପାଇଁ ଯମୁନାଗର ପୋଲିସ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ବା ଏସଆଇଟି ଗଠନ କରିଛି।

Leave a Reply

Your email address will not be published. Required fields are marked *

Back to top button