ମୋ ଛାତିରେ ଛୁରି ଭୁସି ଝିଅ ବିଜେପିରେ ଯୋଗଦେଲା : କଂଗ୍ରେସ ନେତା

ବେଙ୍ଗାଲୁରୁ : କଂଗ୍ରେସ ନେତା କାଗୋଡୁ ଥିମ୍ମାପ୍ପାଙ୍କ ଝିଅ ଡ. ରଞ୍ଜନୀ ରାଜନନ୍ଦିନୀ ବିଜେପିରେ ଯୋଗଦେଇଛନ୍ତି। ଏଥିପାଇଁ ଗଭୀର ଦୁଃଖ ପ୍ରକାଶ କରି ସେ କହିଛନ୍ତି ଝିଅ ମୋ ଛାତିରେ ଛୁରି ଭୁସି ବିଜେପିରେ ଯୋଗ ଦେଇଛି।

ରାଜନନ୍ଦିନୀ କଂଗ୍ରେସ ଟିକେଟରୁ ସାଗର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ହେଲେ ତା’ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଛନ୍ତି। ବିଏସ୍ ୟେଦୁରାପ୍ପା ତାଙ୍କୁ ଦଳରେ ସାମିଲ୍ କରାଇଥିଲେ। ଏନେଇ ତାଙ୍କ ବାପା ଥିମ୍ମାପ୍ପା କହିଛନ୍ତି ରାଜନନ୍ଦିନୀଙ୍କ ବିଜେପିରେ ଯୋଗ ଦେବା ମୋ ଛାତିରେ ଛୁରି ଭୁସିବା ଭଳି। ସେ ଏମିତି କରିବାର ନଥିଲା। ମୁଁ ସ୍ୱପ୍ନରେ କେବେ ଭାବିନଥିଲି ମୋ ଝିଅ ଏଭଳି ବ୍ୟବହାର କରିବ। ହେଲେ କର୍ଣ୍ଣାଟକର ପୂର୍ବତନ ବାଚସ୍ପତି ଥିମ୍ମାପ୍ପା କହିଛନ୍ତି ଯାହା ହେଉ ମୁଁ କଂଗ୍ରେସ ଛାଡ଼ିବି ନାହିଁ। ମୁଁ ସବୁବେଳେ କଂଗ୍ରେସ ସହ ରହିବି। ଚଳିତ ନିର୍ବାଚନରେ ମୁଁ ଦଳ ପାଇଁ କାମ କରିବି।

Leave a Reply

Your email address will not be published. Required fields are marked *

Back to top button