ରାହୁଲଙ୍କୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଆଶ୍ୱସ୍ତି
ନୂଆଦିଲ୍ଲୀ : ମୋଦି ସାଙ୍ଗିଆ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଆଶ୍ୱସ୍ତି ମିଳିଛି।
ଖବର ଅନୁଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୋଦି ସାଙ୍ଗିଆ ମାନହାନି ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଅଗଷ୍ଟ ୧୫ ପର୍ଯ୍ୟନ୍ତ କୌଣସି ଦଣ୍ଡବିଧାନ କାଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୧୬ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ। ସୂଚନାଯୋଗ୍ୟ ସୁରଟ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ଲୋକସଭା ସାଂସଦ ସଦସ୍ୟ ପଦ ରଦ୍ଦ ହୋଇଥିଲା।



























