ସିଦ୍ଧାର୍ଥ-ଶେହନାଜଙ୍କ ଗୀତ ‘ଅଧୁରା’ର ପୋଷ୍ଟର ରିଲିଜ୍

ମୁମ୍ବାଇ : ବିଗ୍ ବସ୍ ବିଜେତା ତଥା ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଥିଲା। ଏବେ ପ୍ରଶଂସକ ଖୁସି ଖବର ସାମ୍ନାକୁ ଆସିଛି। ସିଦ୍ଧାର୍ଥ ଶୁକ୍ଲା ଓ ଶେହନାଜ ଗିଲଙ୍କ ଶେଷ ଗୀତ ‘ଅଧୁରା’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ନିର୍ମାତାମାନେ ଅସମ୍ପୂର୍ଣ୍ଣ ଗୀତର ପୋଷ୍ଟର ରିଲିଜ୍ କରିଥିବା ବେଳେ ଏହାକୁ ଦେଖି ପ୍ରଶଂସକ ଇମୋସନାଲ୍ ହୋଇଯାଇଛନ୍ତି।

ଖବର ଅନୁଯାୟୀ ଦୁନିଆକୁ ବିଦାୟ ଦେବା ପୂର୍ବରୁ ସିଦ୍ଧାର୍ଥ ଶୁକ୍ଲା ‘ହ୍ୟାବିଟ୍’ ନାମକ ଏକ ମ୍ୟୁଜିକ୍ ଭିଡିଓରେ କାମ କରୁଥିଲେ। ସିଡଙ୍କ ମୃତ୍ୟୁ ପରେ ଏହି ଗୀତ ଅସମ୍ପୂର୍ଣ୍ଣ ରହିଥିଲା। ନିର୍ମାତାମାନେ ଟାଇଟଲ୍ ବଦଳାଇ ଗୀତ ରିଲିଜ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କୁହାଯାଉଛି। ‘ହ୍ୟାବିଟ୍’ରୁ ଗୀତର ନାମ ପରିବର୍ତ୍ତନ କରି ‘ଅଧୁରା’ ରଖାଯାଇଛି। ନିର୍ମାତାଙ୍କ ଦ୍ୱାରା ରିଲିଜ୍ ହୋଇଥିବା ପୋଷ୍ଟରର ଟ୍ୟାଗ୍ ଲାଇନରେ ଲେଖା ହୋଇଛି- ଏକ ଅଧୁରା ଗୀତ, ଏକ ଅଧୁରୀ କାହାଣୀ, ଏକ ସିଡନାଜ ଗୀତ। ଅର୍କୋ ସିଡନାଜଙ୍କ ଶେଷ ଗୀତ ଲେଖିଛନ୍ତି ଓ ଶ୍ରେୟା ଘୋଷାଲ ଏହାକୁ ସ୍ୱରର ଯାଦୁରେ ସଜାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button