ନାବାଳିକା ମୃତ୍ୟୁ ମାମଲା : ନିଲମ୍ବିତ ବିଜେଡି ନେତା ଓ ଖେଳ ଶିକ୍ଷକ ଗିରଫ

କଟକ : ମାହାଙ୍ଗା ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏମାନେ ହେଲେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟ।

ଖବର ଅନୁଯାୟୀ କଟକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡାଙ୍କ ସୂଚନା ମାହାଙ୍ଗା ଦଶମ ଶ୍ରେଣୀ ନାବାଳିକାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବାରୁ ଅନୁପମ ରାୟଙ୍କୁ ଗିରଫ କରାଯାଇଛି। ସେହିପରି ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ନିଲମ୍ବିତ ବିଜେଡି ନେତା ଶରତ ନାୟକ। ନାବାଳିକାଙ୍କୁ ଆତ୍ମହତ୍ୟା କରିବା ପାଇଁ ଅନୁପମ ଉସୁକାଇଥିବା କଥା ଜାଣି ମଧ୍ୟ ଶରତ ଚୁପ ରହି ଅନୁପମଙ୍କୁ ସାହାଯ୍ୟ କରିଥିଲେ।

କୁହାଯାଉଛି ମୃତ ନାବାଳିକାଙ୍କ ସହିତ ଜଗତସିଂହପୁର ଜିଲ୍ଲାର ଗୋକନ ହାଇସ୍କୁଲର ଖେଳ ଶିକ୍ଷକ ଅନୁପମ ରାୟଙ୍କର ପ୍ରେମ ସଂପର୍କ ଥିଲା। ଦୁଇମାସ ତଳେ ହଠାତ୍ ନାବାଳିକା ଆତ୍ମହତ୍ୟା କରିଥିଲେ। କିଛିଦିନ ତଳେ ଏକ ଅଡିଓ ଭାଇରାଲ ହେବାରୁ ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା। ଭାଇରାଲ ଅଡିଓରେ ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟଙ୍କ ମା’କଥା ହେଉଥିବା ଜଣାପଡ଼ିଥିଲା। ପ୍ରମାଣ ନଷ୍ଟ କରିବାକୁ ଓ ମାମଲାକୁ ରଫାଦଫା କରିବାକୁ ଶରତ ଅନୁପମଙ୍କ ମା’ଙ୍କୁ ୭୦ ହଜାର ଟଙ୍କା ମାଗିଥିଲେ।

Leave a Reply

Your email address will not be published. Required fields are marked *

Back to top button