୨୨ରୁ ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି

କଟକ : ଆସନ୍ତା ମେ’ ୨୨ତାରିଖରୁ ଜୁନ୍ ୨୦ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି। ଏହି ସମୟ ମଧ୍ୟରେ ଜରୁରୀ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କାର୍ଯ୍ୟ କରିବେ। ହାଇକୋର୍ଟଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଅବକାଶକାଳୀନ ଖଣ୍ଡପୀଠ ମେ’ ୨୩, ୨୫, ୩୦ ଓ ଜୁନ୍ ୧, ୬, ୮, ୧୨ ଓ ୧୩ ତାରିଖରେ ଜରୁରୀମାମଲାର ଶୁଣାଣି କରିବେ।

ଖବର ଅନୁଜୟୀ ମେ’ ୨୩ ଓ ୨୫ତାରିଖରେ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ଏମଏସ ସାହୁଙ୍କ ଦୁଇଜଣିଆ ଖଣ୍ଡପୀଠ ସମେତ ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଜଣକିଆ ଖଣ୍ଡପୀଠରେ ଜରୁରୀ ମାମଲାର ଶୁଣାଣି ହୋଇପାରିବ। ସେହିପରି ମେ’ ୩୦ତାରିଖରେ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ଏମଏସ୍ ସାହୁ ଏବଂ ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଜଣିକିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ।

ସେହିପରି ଜୁନ୍ ୧ରେ ଜଷ୍ଟିସ ଏସକେ ସାହୁ ଓ ଜଷ୍ଟିସ ଏମଏସ ରମଣଙ୍କ ଦୁଇଜଣିଆ ଖଣ୍ଡପୀଠ ଏବଂ ଜଷ୍ଟିସ ବିପି ରାଉତରାୟ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଜୁନ୍ ୬ ଓ ୮ରେ ଜଷ୍ଟିସ ଏସକେ ସାହୁ ଓ ଜଷ୍ଟିସ ଏମଏସ ରମଣଙ୍କ ଦୁଇଜଣିଆ ଖଣ୍ଡପୀଠ, ଜଷ୍ଟିସ ଶଶୀକାନ୍ତ ମିଶ୍ର ଓ ଜଷ୍ଟିସ ବିପି ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଜୁନ୍ ୧୨ ଓ ୧୩ରେ ଜଷ୍ଟିସ ଶଶୀକାନ୍ତ ମିଶ୍ର ଓ ଜଷ୍ଟିସ ଏସକେ ମିଶ୍ରଙ୍କ ଦୁଇଜଣିଆ ଖଣ୍ଡପୀଠ ଏବଂ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଓ ଜଷ୍ଟିସ ବିପି ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Back to top button