ଶାଢ଼ୀ ପିନ୍ଧିଥିବା ମହିଳାଙ୍କୁ ରେଷ୍ଟୁରାଣ୍ଟକୁ ମିଳିଲାନି ପ୍ରବେଶ ଅନୁମତି

ନୂଆଦିଲ୍ଲୀ : ଶାଢ଼ୀ ପିନ୍ଧିଥିବାରୁ ଜଣେ ମହିଳାଙ୍କୁ ରେଷ୍ଟୁରାଣ୍ଟକୁ ପ୍ରବେଶ ପାଇଁ ଅନୁମତି ମିଳିନାହିଁ। ଏହି ଘଟଣା ନୂଆ ଦିଲ୍ଲୀରେ ଘଟିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଖବର ଅନୁଯାୟୀ ଅନିତା ଚୌଧୁରୀ ନାମକ ଜଣେ ମହିଳା ନିଜ ଟ୍ୱିଟର ଆକାଉଣ୍ଟରେ ୧୬ ସେକେଣ୍ଡର ଭିଡିଓ ସେଆର କରିଛନ୍ତି। ଏଥିରେ ଦିଲ୍ଲୀ ସ୍ଥିତ ଅକ୍ୱିଲା ରେଷ୍ଟୁରାଣ୍ଟର ଜଣେ କର୍ମଚାରୀ ତାଙ୍କୁ କହୁଛନ୍ତି ଆପଣ ଶାଢ଼ୀ ପିନ୍ଧି ଭିତରକୁ ଯାଇପାରିବେ ନାହିଁ। ଶାଢ଼ୀ ଏକ ସ୍ମାର୍ଟ ପୋଷାକ ନୁହେଁ, ତେଣୁ ରେଷ୍ଟୁରାଣ୍ଟକୁ ଯିବା ମନା। ଅନିତା ଏହି ଭିଡିଓକୁ ସେଆର କରି କ୍ୟାପଶନରେ ଲେଖିଛନ୍ତି ରେଷ୍ଟୁରାଣ୍ଟ ଭିତରକୁ ଶାଢ଼ୀର ଅନୁମତି ନାହିଁ। କାରଣ ଭାରତୀୟ ଶାଢ଼ୀ ଏବେ ସ୍ମାର୍ଟ ପୋଷାକ ନୁହେଁ। ସ୍ମାର୍ଟ ପୋଷାକର ପରିଭାଷା କ’ଣ ଦୟାକରି ମୋତେ କୁହନ୍ତୁ। ଏହାକୁ ପରିଭାଷିତ କରିବା ପରେ ମୁଁ ଶାଢ଼ୀ ପିନ୍ଧିବା ବନ୍ଦ କରିଦେବି।

ସୂଚନାଯୋଗ୍ୟ ଅନିତା ଜଣେ ପୂର୍ବତନ ସାମ୍ବାଦିକା। ସେ ଝିଅର ଜନ୍ମଦିନ ପାଳିବା ପୂର୍ବରୁ ରେଷ୍ଟୁରାଣ୍ଟରେ ଏକ ଟେବୁଲ ବୁକ୍‌ କରିଥିଲେ। ଯେଉଁଦିନ ଝିଅ ଜନ୍ମଦିନ ସେଲିବ୍ରେଟ୍‌ କରିବାକୁ ରେଷ୍ଟୁରାଣ୍ଟ ଯାଇଥିଲେ ତାଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା। ଏହାଦେଖି ତାଙ୍କ ଝିଅ ମା’ଙ୍କୁ ଭିତରକୁ ଯିବାକୁ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ। କିନ୍ତୁ ହୋଟେଲ କର୍ମଚାରୀ ତାଙ୍କ କଥା ଶୁଣିନଥିଲେ। ସେ କହିଥିଲେ ତୁମେ ଯାଇ ପାରିବ। କିନ୍ତୁ ତୁମ ମା’ ନୁହେଁ, କାରଣ ସେ ଶାଢ଼ୀ ପିନ୍ଧିଛନ୍ତି। ଭିଡିଓ ସେଆର କରି ଅନିତା ଭାରତ ସରକାରଙ୍କ ଅନେକ ମନ୍ତ୍ରାଳୟକୁ ଟ୍ୟାଗ୍‌ କରିଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉକ୍ତ ରେଷ୍ଟୁରାଣ୍ଟ ବିରୋଧରେ ଲୋକେ ଖରାପ ରେଟିଂ ଦେବା ଆରମ୍ଭ କରିଦେଇଛନ୍ତି। ଗୁଗୁଲ ତରଫରୁ ଏହି ରେଷ୍ଟୁରାଣ୍ଟକୁ ୫ରୁ ୧.୧ ରେଟିଂ ମିଳିଥିଲା ବେଳେ ଜୋମାଟୋରେ ଏହାକୁ ୫ରୁ ୨ ପଏଣ୍ଟ ମିଳିଛି।

Leave a Reply

Your email address will not be published. Required fields are marked *

Back to top button