ଅମୃତ ବାଟିକା ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭବ୍ୟ ପ୍ରତୀକ : ଗୋଲକ ମହାପାତ୍ର

ଭୁବନେଶ୍ୱର : ଦେଶ ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକ୍ରମେ ଦେଶବ୍ୟାପୀ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। “ମାଟିକୁ ନମନ୍‌, ବୀରଙ୍କୁ ବନ୍ଦନ”। ‘ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଅଛି।

ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ “ମୋ ମାଟି ମୋ ଦେଶ” ଆୟୋଜିତ ହେଉଥିଲା । ବିଜେପି ତରଫରୁ ରାଜ୍ୟର କୋଣ ଅନୁକୋଣରୁ କଳସରେ ମାଟି ସଂଗ୍ରହ କରାଯାଉଛି । ସଂଗୃହୀତ ମାଟି କଳସକୁ ବ୍ଲକ ସ୍ତରରେ ଏକାଠି କରାଯିବା ପରେ ଆସନ୍ତା କାଲି ଭୁବନେଶ୍ୱରକୁ ଅଣାଯିବ । ରାମମନ୍ଦିର ନିକଟସ୍ଥ ପଣ୍ଡିତ୍ ଦୀନଦୟାଲ ପାର୍କଠାରେ ସମସ୍ତ କଳସକୁ ଏକାଠି କରାଯିବ । ୨୮ ତାରିଖ ସକାଳ ୮ଟାରେ ରାମମନ୍ଦିରଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ସଂଗୃହୀତ ସମସ୍ତ କଳସକୁ ଭୁବନେଶ୍ୱର ରେଳ ଷ୍ଟେସନକୁ ନିଆଯିବା ପରେ ସେଠାରୁ ଏକ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀକୁ ନିଆଯିବ । ଦେଶର ପ୍ରାୟ ୭୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ମାଟିକୁ ଏକାଠି କରାଯାଇ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକାର ସ୍ଥାପନା ଆସନ୍ତା ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ କରାଯିବ । ଏହି ଅମୃତ ବାଟିକା ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭବ୍ୟ ପ୍ରତୀକ ହେବ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

“ମାଟିକୁ ନମନ-ବୀରକୁ ବନ୍ଦନ” କାର୍ଯ୍ୟକ୍ରମ ଅବସରରେ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କଳସ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଡି ହୋଇ ଅମୃତ ବାଟିକା ପାଇଁ ଓଡିଶା ପ୍ରଦେଶରୁ ଯାଉଥିବା ‘ମାଟି କଳସ’କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇବାକୁ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button