ଅକ୍ଟୋବର ୧୪ରେ ସୂର୍ଯ୍ୟ ପରାଗ

ଭୁବନେଶ୍ଵର : ଅକ୍ଟୋବର ୧୪ ତାରିଖ ସୂର୍ଯ୍ୟ ପରାଗ ବିଶ୍ୱର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବ। ଏହି ସମୟରେ ମହାକାଶରେ ଏକ ମହାଜାଗତିକ ରୂପ ଦେଖିବାକୁ ମିଳିବ। ଯାହାକୁ କୁହାଯାଉଛି ଅଗ୍ନିଚକ୍ର। ଗୋଟିଏ ସରଳରେଖାରେ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ଅବସ୍ଥାପିତ ହେଉଥିବାରୁ ବିରଳ ଦୃଶ୍ୟ ଦେଖିବାକୁ ମିଳିବ।

ଖବର ଅନୁଯାୟୀ ପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ରୂପେ ଏକ ଗୋଲାକୃତିରେ ଆଚ୍ଛାଦନ କରୁଥିବାରୁ ସୂର୍ଯ୍ୟର ଅବଶିଷ୍ଟ ଅଞ୍ଚଳ ପୃଥିବୀ ପୃଷ୍ଠକୁ ଏକ ଚମତ୍କାର ଇଫେକ୍ଟ ସୃଷ୍ଟି କରିବ। ଯାହା ନିଆଁର ଏକ ଚକ୍ରପରି ଦେଖାଯିବ। ନାସା କହିଛି ସୂର୍ଯ୍ୟ ପରାଗ ଆମେରିକାର ଓରେଗନରେ ରାତି ପ୍ରାୟ ଘ.୯:୧୩ ମିନିଟରେ ଆରମ୍ଭ ହେବ। କାଲିଫର୍ନିଆ, ନେଭାଡା, ଉତାହ, ଆରିଜୋନା, ନ୍ୟୁ ମେକ୍ସିକୋ ଓ ଟେକ୍ସାସରେ ଦେଖାଯିବ। ପରେ ମେକ୍ସିକୋ, ଗୁଆଟେମାଲା, ବେଲିଜ୍, ହୋଣ୍ଡୁରାସ, ନିକାରାଗୁଆ, ପାନାମା, କଲମ୍ବିଆ ଓ ବ୍ରାଜିଲର କିଛି ଅଂଶ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଆଟଲାଣ୍ଟିକ୍ ମହାସାଗରରେ ସୂର୍ଯ୍ୟାସ୍ତ ପୂର୍ବରୁ ସୂର୍ଯ୍ୟ ପରାଗ ଶେଷ ହୋଇଯିବ। ଏହି ସମୟରେ ସୂର୍ଯ୍ୟ ଅଞ୍ଚଳ ସର୍ବାଧିକ ଅନ୍ଧକାର ଦେଖାଯିବ। କିନ୍ତୁ ଅଧିକ ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ।

Leave a Reply

Your email address will not be published. Required fields are marked *

Back to top button