୬୦ ଆତଙ୍କବାଦୀ ନିହତ : ୨୫୦ ବନ୍ଧକଙ୍କୁ ଉଦ୍ଧାର କଲେ ଇସ୍ରାଏଲ ସେନା

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ହମାସ ବନ୍ଧକ ରଖିଥିବା ୨୫୦ ଜଣଙ୍କୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ଉଦ୍ଧାର କରିଛି। ଏହି ଅପରେସନରେ ୬୦ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସେନା ଏହି ସୂଚନା ଦେଇଛି।

ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ସେନାର ଫ୍ଲୋଟିଲା ୧୩ ୟୁନିଟ୍ ସୁଫା ଆଉଟପୋଷ୍ଟ ଉପରେ ଆକ୍ରମଣ କରି ୨୫୦ ଜଣ ବନ୍ଧକଙ୍କୁ ଉଦ୍ଧାର କରିଥିବା ବେଳେ ୬୦ରୁ ଅଧିକ ହମାସ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାଛଡା ହମାସର ୨ ଜଣ ଆତଙ୍କବାଦୀଙ୍କୁ କାବୁ କରାଯାଇଛି। ଏ ମଧ୍ୟରେ ହମାସ ଦକ୍ଷିଣ ନାଭାଲ ଡିଭିଜନର ଡେପୁଟି କମାଣ୍ଡର ମହମ୍ମଦ ଅବୁ ଅଲି ରହିଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ହମାସ ସଂଗଠନ ସଦସ୍ୟ ଇସ୍ରାଏଲ ସାଧାରଣ ନାଗରିକଙ୍କୁ ପଣବନ୍ଦୀ କରି ସେମାନଙ୍କୁ କବଚ ଭାବେ ବ୍ୟବହାର କରୁଥିଲେ। କିନ୍ତୁ ଇଏକ ମିଳିତ ସେନା ହମାସ ଶିବିରରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ନିପାତ କରିବା ସହ ପଣବନ୍ଦୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି।

Leave a Reply

Your email address will not be published. Required fields are marked *

Back to top button