କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ

ନବରଙ୍ଗପୁର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ପ୍ରଦୀପ ଦର୍ଶାଇଛନ୍ତି ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣାର ସହିତ ଏଭଳି ନିଷ୍ପତ୍ତି ନେଇଛି। ଦଳରେ ଏବେ ଜନସେବା କରିବାର ସୁଯୋଗ ନ ଥିବାରୁ କଂଗ୍ରେସରୁ ସେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି। ଦଳ ବର୍ତ୍ତମାନ ସାଧାରଣ ଲୋକଙ୍କ ଠାରୁ ବିଶ୍ୱସନୀୟତା ହରାଇଛି ଯାହାକୁ ପୁନର୍ବାର ଫେରାଇ ଆଣିବା ପାଇଁ ସମୟ ଲାଗିବ।

ସୂଚନାଯୋଗ୍ୟ ପ୍ରଦୀପ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବେ ବୋଲି ଗତ କିଛି ମାସ ହେବ ଚର୍ଚ୍ଚା ହେଉଥିଲା। ତେବେ ଚର୍ଚ୍ଚାକୁ ବନ୍ଦ କରିବା ପାଇଁ ଶ୍ରୀ ମାଝୀ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। କିନ୍ତୁ ଆଜି ସକାଳୁ ପ୍ରଦୀପ ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ରକୁ ଇ ମେଲ୍ ମାଧ୍ୟମରେ ପଠାଇଥିବା ଜଣାପଡିଛି। ଆଉ ଲେଖିଛନ୍ତି ରାଜ୍ୟ କଂଗ୍ରେସରେ କିଛି ନେତା କିଛି ଗୁରୁତ୍ୱପୂର୍ଣ୍ଣ ପଦପଦଵୀରେ ରହି ନିୟମକୁ ନମାନି ଦଳକୁ ନିମ୍ନଗାମୀ କରିବା ପାଇଁ ଉଦ୍ୟମ କରୁଛନ୍ତି। ଯାହାଫଳରେ ଦଳକୁ ପୁନଃର୍ଗଠନ କରିବା ସମୟସାପେକ୍ଷ।

Leave a Reply

Your email address will not be published. Required fields are marked *

Back to top button