ମୋରୋକୋ ଭୂମିକମ୍ପ ମୃତ୍ୟୁସଂଖ୍ୟା ୧୦୦୦ଟପିଲା

ରବାଟ୍‌ : ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋ‌ରୋକୋରେ ୬.୮ ତୀବ୍ରତାର ଭୂମିକମ୍ପ ଯୋଗୁ ମୃତ୍ୟୁସଂଖ୍ୟା ଏକ ହଜାର ୧୦୦୦ ଟପିଛି। ସଂଖ୍ୟା ଆହୁରି ବଢ଼ିବ। ଭୂମିକମ୍ପର ତୀବ୍ରତା ଅଧିକ ଥିବାରୁ ଶହ ଶହ ଲୋକ ଘରର ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା କୁହାଯାଉଛି।

ଖବର ଅନୁଯାୟୀ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭୂକମ୍ପ ପ୍ରଭାବିତ ପ୍ରଦେଶରେ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ୧୨୦୦ରୁ ଉର୍ଦ୍ଧ୍ଵ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ସହର ବାହାରେ ଅଧିକ କ୍ଷତି ଘଟିଥିବା ବେଳେ ଭୂମିକମ୍ପ ପାଇଁ ମୋରୋକୋରେ କେତେ କ୍ଷୟକ୍ଷତି ହୋଇଛି ତାହାର ଆକଳନ କରାଯାଇନାହିଁ।

ଏହି ଭୂମିକମ୍ପର ପ୍ରଭାବ ସୁଦୂର ପର୍ତ୍ତୂଗାଲ୍‌ ଓ ଆଲଜେରିଆରେ ମଧ୍ୟ ଅନୁଭୂତ ହୋଇଥିଲା। ପର୍ତ୍ତୂଗୀଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସି ଆଣ୍ଡ୍‌ ଆଟ୍‌ମୋସ୍ଫିୟର୍‌ ଓ ଆଲ୍‌ଜେରିଆର ସିଭିଲ୍‌ ଡିଫେନ୍‌ସ୍‌ ଏଜେନ୍‌ସି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଭୂମିକମ୍ପ ଯୋଗୁଁ ମାରକେସ ଓ କ୍ଵାର୍‌ଜାଜାଟେ ପ୍ରଦେଶରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୱୟୁକୈମେଦେନ୍‌ ସହରର ପଶ୍ଚିମ ପ୍ରାନ୍ତରେ ଭୂମିକମ୍ପଜନିତ କମ୍ପନ ଉପକୂଳବର୍ତ୍ତୀ ନଗରୀ ରବାଟ୍‌, କାସାବ୍ଲାଙ୍କା ଓ ଇସାଓୟୁରିଆରେ ଅନୁଭୂତ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button