ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ସୁପାରିଶ

ବାଲେଶ୍ୱର : ବାହନଗା ଟ୍ରେନ୍ ଦୁର୍ଘଟଣାର କାରଣ ଖୋଜିବା ପାଇଁ ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ପାଇଁ ସୁପାରିସ କରାଯାଇଛି। ଏହି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ଓ କେଉଁମାନେ ଏଥିପାଇଁ ଦାୟୀ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ।

ରବିବାର ସନ୍ଧ୍ୟାରେ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଦୁର୍ଘଟଣା ପରେ ବାଲେଶ୍ୱର, ଭଦ୍ରକ, ସୋରର ବନ୍ଧୁଙ୍କ ସମେତ ରେଳବାଇ ଓ ଜିଲ୍ଲା ପ୍ରଶାସନ ମିଶି ଉଦ୍ଧାର କାର୍ଯ୍ୟ କହିଛନ୍ତି। ଉଦ୍ଧାର ସହିତ ମରାମତି କାମ ସମାନ୍ତରାଳ ଭାବରେ ଚାଲିଛି। ୪୦ ଘଣ୍ଟାରୁ ଅଧିକ ସମୟ ଧରି ଅକ୍ଲାନ୍ତ ପରିଶ୍ରମ ପରେ ବାଲେଶ୍ୱର ବାହାନଗାରେ ଗୋଟିଏ ରୁଟ୍ ମରାମତି ସଂପୂର୍ଣ୍ଣ ହୋଇଛି। ଡାଉନ୍ ମେନ୍ ଲାଇନ୍ ପୁରା ଫିଟ୍। ଏବେ ଏହି ରୁଟରେ ଟ୍ରେନ୍ ଚଳାଚଳ କରିପାରିବ। ତେବେ ବାହାନଗା ଦେଇ ଟ୍ରେନ୍ ଚଳାଚଳପାଇଁ ବୁଧବାର ଯାଏ ଅପେକ୍ଷା କରିବାକୁ ପଡ଼ିପାରେ। ଦୁର୍ଘଟଣାସ୍ଥଳରେ ପୁନରୁଦ୍ଧାର କାମ ତଦାରଖ କରିବା ପରେ ସଂପୂର୍ଣ୍ଣ ଭାବେ ଟ୍ରେନ୍ ଚଳାଚଳ ପାଇଁ ଆହୁରି ୩ ଦିନ କାମ ଲାଗିପାରେ। ବୁଧବାର ସୁଦ୍ଧା ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button