ନୟାଗଡ଼ ଚାଷୀ ଆତ୍ମହତ୍ୟା : ଅନୁଧ୍ୟାନ ପାଇଁ ପିସିସି ଗଠନ କଲା ତଥ୍ୟ ଅନୁଧ୍ୟାନ କମିିଟି

ଭୁବନେଶ୍ୱର : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଜଙ୍କିଆ ପଂଚାୟତ ଅନ୍ତର୍ଗତ ଓସ୍ତପଡ଼ା ଗ୍ରାମର ଚାଷୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାର ଅନୁଧ୍ୟାନ ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ପିସିସି ଉପସଭାପତି ବିଭୁତି ଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି।

ଖବର ଅନୁଯାୟୀ ଏହି କମିଟିରେ ସଦସ୍ୟ ଭାବରେ ସର୍ବଶ୍ରୀ ଅମିୟ ପଟ୍ଟନାୟକ, ରଣଜିତ ଦାଶ, ସତ୍ୟବ୍ରତ ନାୟକ, ଧୃବଚରଣ ପରିଡ଼ା, ସସ୍ମିତା ଦାସ, ମନୋଜ ସାହୁ ଓ ହୁସେନ ଖାଁ ପ୍ରମୁଖ ରହିଛନ୍ତି । ଉକ୍ତ କମିଟି ଆସନ୍ତା କାଲି ତା. ୭.୧୧.୨୦୨୩ ରିଖ ଦିନ ଘଟଣାସ୍ଥଳ ଗସ୍ତକରି ମୃତକ ଶ୍ରୀ ସାହୁଙ୍କ ପରିବାରବର୍ଗଙ୍କୁ ଭେଟି ଘଟଣାର ଅନୁଧ୍ୟାନ କରିବେ ଏବଂ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ପ୍ରଦାନ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button