୨୦୨୧ ଜେଇଇ ମେନ୍‌ ସେସନ୍‌ ୪ ଫଳ ପ୍ରକାଶିତ

ନୂଆଦିଲ୍ଲୀ : ଦି ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି (ଏନ୍‌ଟିଏ) ୱେବ୍‌ସାଇଟ୍‌ରେ ୨୦୨୧ ଜଏଣ୍ଟ୍‌ ଏଣ୍ଟ୍ରାନ୍ସ୍‌ ଏକ୍ଜାମିନେସନ୍‌ (ଜେଇଇ) ମେନ୍‌ ୪ର୍ଥ ପର୍ଯ୍ୟାୟର ଫଳାଫଳ ଗତରାତିରେ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୪୪ଜଣ ଶତପ୍ରତିଶତ ହାସଲ କରିଥିବା ବେଳେ ୧୮ଜଣ ୧ ନମ୍ବର ରାଙ୍କ୍‌ରେ ରହିଛନ୍ତି।

ସମୁଦାୟ ୯,୩୪,୬୦୨ଜଣ ପ୍ରାର୍ଥୀ ଜେଇଇ ପରୀକ୍ଷା ଦେଇଥିଲେ। କୋଭିଡ୍‌-୧୯ ପାଇଁ ଜେଇଇ ମେନ୍‌ ୨୦୨୧ ସେସନ୍‌ ୩ ଓ ୪ ବିଳମ୍ବ ହୋଇଥିଲା। ଅଗଷ୍ଟ ୨୬, ୨୭, ୩୧ ଓ ସେପ୍ଟେମ୍ବର ୧ ଏବଂ ୨ ଦିନ ଜେଇଇ ମେନ୍‌ସ୍‌ ସେସନ୍‌ ୪ ପରୀକ୍ଷା ଆୟୋଜିତ ହୋଇଥିଲା। ସୂଚନାଯୋଗ୍ୟ ଚଳିତ ବର୍ଷରୁ ପ୍ରଥମ କରି ଜେଇଇ ମେନ୍‌ ୪ଥର ଆୟୋଜନ କରାଯାଇଛି। ସେପ୍ଟେମ୍ବର ୧୧ରୁ ଜେଇଇ ଆଡ୍‌ଭାନ୍ସ୍‌ଡ୍‌ ୨୦୨୧ ପଞ୍ଜିକରଣ ଆରମ୍ଭ ହୋଇଯାଇଛି। ଜେଇଇ ମେନ୍‌ରେ ସଫଳ ହୋଇଥିବା ଶ୍ରେଷ୍ଠ ୨.୫ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷା ଦେଇ ପାରିବେ।

Leave a Reply

Your email address will not be published. Required fields are marked *

Back to top button