ନଭେମ୍ବର ୧ରୁ ବାଘ ଓ ଅପ୍ରେଲରୁ ହାତୀ ଗଣନା

ଭୁବନେଶ୍ଵର : ରାଜ୍ୟରେ ବାଘ ଗଣନା ନଭେମ୍ବର ପହିଲାରୁ ଆରମ୍ଭ ହେବ। ପିସିସିଏଫ୍ ୱାଇଲ୍ଡ ଲାଇଫ୍ ଏସ କେ ପୋପଲି ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ରାଜ୍ୟ ସରକାର ପ୍ରଥମ ଥର ପାଇଁ ନିଜସ୍ଵ ଉଦ୍ୟମରେ ବାଘ ଗଣନା କରିବେ। ଜାନୁଆରୀ ୩୧ ସୁଦ୍ଧା ବାଘନ ସଂଖ୍ୟା ନେଇ ତଥ୍ୟ ଆସିବ। କାରଣ କେନ୍ଦ୍ର ତଥ୍ୟ ତୁଳନାରେ ବାଘ ଅଧିକ ଥିବା ରାଜ୍ୟ ସରକାର ଦାବି କରୁଛନ୍ତି। ରାଜ୍ୟରେ ୨୦ଟି ବାଘ ଅଛନ୍ତି ବୋଲି କେନ୍ଦ୍ରର ଗଣନା କରିଥିବା ବେଳେ ୨୫ରୁ ଅଧିକ ବାଘ ରହିଥିବା ଜଙ୍ଗଲ ବିଭାଗ କହିଛି। ଏହାକୁ ପ୍ରମାଣ କରିବାକୁ ନିଜସ୍ଵ ଉଦ୍ୟମରେ ବାଘ ଗଣନା କରାଯିବ। ସେହିପରି ହାତୀ ଗଣନା ମଧ୍ୟ ରାଜ୍ୟ ସରକାର କରିବେ। ଅପ୍ରେଲରୁ ଏହି ଗଣନା ଆରମ୍ଭ ହେବ ବୋଲି ଶ୍ରୀ ପୋପଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button