ବିଜେଡି ଛାଡି ବିଜେପିରେ ମିଶିଲେ ମୟୁରଭଞ୍ଜ ତିରିଙ୍ଗ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନମଣ୍ଡଳୀର ତିରିଙ୍ଗ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡ ଆଜି ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି। ଏଥିସହିତ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପୂଣ୍ଣିମା ବରଡା, ପାଣ୍ଡୁପଲ୍ଲୀ ଗ୍ରାମପଂଚାୟତର ସରପଂଚ ସୁନ୍ଦର ମୋହନ ବାସ୍କେ, ତିରିଙ୍ଗ ଗ୍ରାମ ପଂଚାୟତ ସମିତି ସଭ୍ୟା ଅଞ୍ଜନା ବେହେରା, ବିଜେଡି ନେତା ସମୀର ମାରାଣ୍ଡି, ସୁନ୍ଦର ମୋହନ ଟୁଡୁ, ଧନାଇ ମାରାଣ୍ଡି, ରବିନ୍ଦ୍ର ବିରୁଳି, ମୋଚିରାମ ମାରାଣ୍ଡି ଓ ନୀତିମା ସାମାଡ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଯଦୁନାଥ ସୋରେନ, ପରେଶ ମାରାଣ୍ଡି, ଭଦ ସୋରେନ ପ୍ରମୁଖ ନିଜ ନିଜ ସମର୍ଥକଙ୍କ ଗହଣରେ ଜେଏମ୍‌ଏମ୍ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବ ଅବସରରେ ମୟୁରଭଞ୍ଜ (ରାଇରଙ୍ଗପୁର ସାଂଗଠନିକ ଜିଲ୍ଲା ସଭାପତି ତଥା ବିଧାୟକ ନବଚରଣ ମାଝୀ, ଯଶୀପୁର ବିଧାୟକ ଇଂ. ଗଣେଷରାମ ଖୁଂଟିଆ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ରାଜ୍ୟ ସଂପାଦକ ନବୀନ ରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button