ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା : ଦ୍ଵିତୀୟ ବୟଫ୍ରେଣ୍ଡରକୁ ଜେରା କରିବ ପୋଲିସ !

ଭୁବନେଶ୍ୱର : କଟକରୋଡ୍‌ ହୋଟେଲ୍‌ ଦୀପାଳିରୁ ଶୁଭଲକ୍ଷ୍ମୀ ସାହୁଙ୍କ ମୃତହେଦ ଉଦ୍ଧାର ହୋଇଥିଲା। ପୋଲିସର ହସ୍ତଗତ ହୋଇଥିବା କଲ୍ ଡିଟେଲ ରିପୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ପୋଷ୍ଟମର୍ଟମ୍ ରିପୋର୍ଟରୁ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ଜଣା ପଡିଥିଲେ ହେଁ ଭିଷେରା ରିପୋର୍ଟକୁ ଅପେକ୍ଷା କରାଯାଇଛି। ଅନ୍ୟପକ୍ଷରେ ଶୁଭଲକ୍ଷ୍ମୀଙ୍କ ପ୍ରଥମ ବୟଫ୍ରେଣ୍ଡ ସଞ୍ଜୟ ପରେ ଦ୍ଵିତୀୟ ବୟଫ୍ରେଣ୍ଡ ଅନୀଲକୁ ଥାନାକୁ ଡାକି ଜେରା କରାଯାଇଛି।

ସୂଚନାଯୋଗ୍ୟ ଶୁଭଲକ୍ଷ୍ମୀ କମଳା ନେହରୁ ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟର +୨ କଳା ଛାତ୍ରୀ। ଶୁକ୍ରବାର ଅପରାହ୍ନ ୩ଟା ୨୦ରେ ଦୀପାଳି ହୋଟେଲକୁ ଆସିଥିଲେ। ଅତିଥି ରେଜିଷ୍ଟରରେ ତାଙ୍କ ନାଁ ଥିବାବେଳେ ସେ ହୋଟେଲର ୨୦୫ ନମ୍ବର ରୁମରେ ରହୁଥିଲେ। ପରଦିନ ଅର୍ଥାତ ଶନିବାର ତାଙ୍କ ମୃତଦେହ ଉଦ୍ଧାର କରଯାଇଥିଲା। ଶବ ବ୍ୟବଚ୍ଛେଦ ସମୟର ୨୪ରୁ ୩୬ ଘଣ୍ଟା ମଧ୍ୟରେ ଶ୍ଵାସରୁଦ୍ଧ ଯୋଗୁଁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଛି। ସେ ଫ୍ୟାନରେ ଝୁଲିପଡ଼ିଥିବାରୁ ବେକରେ ଓଢ଼ଣି ଦାଗ ରହିଛି। ଶରୀର ଅନ୍ୟ କୌଣସି ସ୍ଥାନରେ କ୍ଷତଚିହ୍ନ ନଥିବା ସ୍ପଷ୍ଟ କରାଯାଇଛି। କିନ୍ତୁ ତାଙ୍କୁ ନିଶା କିମ୍ବା କୌଣସି ବିଷାକ୍ତ ଖାଦ୍ୟ ଦିଆଯାଇଥିବା ନେଇ ସନ୍ଦେହ ହେଉଥିବାରୁ ଭିସେରା ରି‌ପୋର୍ଟ ଆସିବା ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button