ଶପଥ ନେଲେ ସୁପ୍ରିମକୋର୍ଟର ଦୁଇ ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ନୂଆ ବିଚାରପତି ଭାବେ ଜଷ୍ଟିସ୍ ଉଜ୍ଜ୍ୱଲ ଭୁୟାଁ ଓ ଜଷ୍ଟିସ୍ ଏସଭି ଭଟ୍ଟି ଆଜି ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ଉଭୟଙ୍କୁ ଦିଲ୍ଲୀ ସ୍ଥିତ ଆପେକ୍ସ କୋର୍ଟ ଅଡିଟୋରିଅମରେ ଶପଥପାଠ କରାଇଛନ୍ତି।

ଗତ ସପ୍ତାହରେ ସୁପ୍ରିମକୋର୍ଟ କଲେଜିୟମ୍ ଦୁଇ ବିଚାରପତିଙ୍କ ପଦୋନ୍ନତି ପାଇଁ ସୁପାରିଶ କରିଥିଲେ। ଜଷ୍ଟିସ୍ ଉଜ୍ଜ୍ୱଲ ଭୁୟାଁ ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଥିବାବେଳେ ଜଷ୍ଟିସ୍ ଏସ.ଭି ଭଟ୍ଟି କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *

Back to top button