ମୁସ୍କାନର ସହଯୋଗୀ ଚିଣ୍ଟୁ ଗିରଫ

ଭୁବନେଶ୍ଵର : ବଡଗଡ଼ ଥାନା ପୋଡ଼ା ସାହି ଅଞ୍ଚଳରୁ ଆଜି ମୁସ୍କାନ ସହଯୋଗୀ ରାକେଶ ମହାନ୍ତି ଓରଫ୍ ଚିଣ୍ଟୁକୁ ଖାରବେଳନଗର ଥାନା ପୋଲିସ ଗିରଫ କରିଛି। ତା ନାଁରେ କମିସନରେଟ ପୋଲିସର ବିଭିନ୍ନ ଥାନାରେ ଚୋରି, ଛିନତାଇ, ରାହାଜାନୀ ଓ ହଣାକଟା ଉଦ୍ୟମ ଭଳି ୨୨ରୁ ଅଧିକ ମାମଲା ରହିଛି।

ଖବର ଅନୁଯାୟୀ ମାଷ୍ଟରକ୍ୟାଣ୍ଟିନ ଛକ ରିଲାଏନ୍ସ ମାର୍ଟ ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ଚଢ଼ଉ ସମୟରେ ମୁସ୍କାନ ଓ ଅନ୍ୟ ୪ ଜଣ ସହଯୋଗୀଙ୍କୁ ଗିରଫ କରଯାଇଥିଲା। କିନ୍ତୁ ପୋଲିସକୁ ଚକମା ଦେଇ ଚିଣ୍ଟୁ ଖସି ଯାଇଥିଲା‌। ସୂଚନାଯୋଗ୍ୟ ୨୦୧୮ରେ ଏକ ଚେନ୍‌ ଛିନତାଇ ପାଇଁ ମହିଳାଙ୍କୁ ଛୁରୀରେ ଆକ୍ରମଣ କରିବା ମାମଲାରେ ଗତ ଦୁଇମାସ ତଳେ ଚିଣ୍ଟୁକୁ ଗିରଫ କରିଥିଲା ଖାରବେଳ ନଗର ଥାନା ପୋଲିସ। ସେହିପରି ବଡଗଡ ଥାନା ଅଞ୍ଚଳରେ ପୂର୍ବତନ କର୍ପୋରେଟରଙ୍କ ପୁଅଙ୍କୁ ଆକ୍ରମଣ କରିବା ଘଟଣାରେ ମଧ୍ୟ ବନ୍ଧା ହୋଇଥିଲା। ସେହିପରି ମାର୍କେଟ ବିଲ୍ଡିଂରେ ଆତଙ୍କ ଖେଳାଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଓ ଭଙ୍ଗାରୁଜା ମାମଲାରେ କ୍ୟାପିଟାଲ ଥାନା ପୋଲିସ ତା’କୁ ପୂର୍ବରୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *

Back to top button