ଛେଳି ବେପାରୀଙ୍କୁ ହତ୍ୟା ଓ ଲୁଟ୍ ଘଟଣାରେ ୫ ଗିରଫ

ସୁନ୍ଦରଗଡ଼ : ଲେଫ୍ରିପଡ଼ା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ୩ ଦୁର୍ବୃତ୍ତ ଛେଳି ବେପାରୀ ପ୍ରଭାତ ନାଏକଙ୍କୁ ହତ୍ୟାକରି ୯ ଲକ୍ଷ ଲୁଟିନେଇଥିଲେ। ଗତ ୧୩ ତାରିଖରେ ଘଟିଥିବା ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଧରିଛି। ଏମାନଙ୍କ ମଧ୍ୟରେ ଝାଡ଼ଖଣ୍ଡର ଦୁଇଜଣ, ରାଜଗାଙ୍ଗପୁରର ୨ ଓ ଭଷ୍ମା ଥାନା ଅଞ୍ଚଳର ଜଣେ ଅପରାଧୀ ରହିଛନ୍ତି। ସେମାନଙ୍କ ଠାରୁ ବନ୍ଧୁକ ଜବତ ହୋଇଛି।

ସୂଚନାଯୋଗ୍ୟ ଝାରସୁଗୁଡ଼ା ଜିଲ୍ଲା ଭଷ୍ମା ଥାନା ସରଧାପାଲି ଗୁଲଠାରେ ରହି ପ୍ରଭାତ ଛେଳି ବେପାର କରୁଥିଲେ। ୧୩ ତାରିଖ ଦିନ ୨ ଜଣ ମୂଲିଆଙ୍କ ସହ ବାଇକରେ ହାଣ୍ଡିପାନି ବଜାରକୁ ଛେଳି କିଣିବାକୁ ଯାଉଥିଲେ। ସୁରୁଗୁଡ଼ା-ଛଟେନପାଲି ତାରିଣୀ ମନ୍ଦିର ନିକଟରେ ୩ ଜଣ ହେଲମେଟ ପିନ୍ଧା ଦୁର୍ବୃତ୍ତ ପ୍ରଭାତଙ୍କ ବାଇକକୁ ଧକ୍କା ଦେବାରୁ ସେ ଓ ୨ ମୂଲିଆ ତଳେ ପଡ଼ି ଯାଇଥିଲେ। ଏମାନେ ଲୁଟେରା ଜାଣି ପ୍ରଭାତ ଟଙ୍କା ମୁଣି ଧରି ଦୌଡ଼ି ପଳାଇବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

Leave a Reply

Your email address will not be published. Required fields are marked *

Back to top button