ଝିଅର ଶ୍ୱଶୁର ଘରେ ବାପାକୁ ଗୁଳିମାଡ

ପୋଲସରା : ପାରିବାରିକ ବିବାଦକୁ ନେଇ ଝିଅର ଶ୍ୱଶୁର ଘରେ ବାପାକୁ ଗୁଳିକରି ହତ୍ୟା। ଗଞ୍ଜାମ ଜିଲ୍ଲା ପୋଲସରାରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ଖଲିକୋଟର କୁମଣ୍ଡ ଗାଁ’ର ବିଜୟ ଆଜି ପୋଲସରା ବ୍ଲକ ଛକସ୍ଥିତ ତାଙ୍କ ଝିଅ ଗାୟତ୍ରୀଙ୍କ ଶ୍ୱଶୁର ଘରକୁ ଆସିଥିଲେ। ସେଠାରେ କୌଣସି ପାରିବାରିକ ବିବାଦକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଗାୟତ୍ରୀଙ୍କ ନଣଦେଇ ପ୍ରଶାନ୍ତ ବେହେରା ଗୁଳି ଚଲାଇଥିଲେ। ଗୁଳିମାଡ଼ରେ ଆହତ ବିଜୟ ଓ ଗାୟତ୍ରୀଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ବିଜୟଙ୍କୁ ମୃତ ଘୋଷଣା କରିଥିଲେ। ପୋଲସରା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button