ଛତିଶଗଡ ମୁଖ୍ୟମନ୍ତ୍ରୀ ନମ୍ବର ୱାନ : ଓଡିଶା ତୃତୀୟ

ନୂଆଦିଲ୍ଲୀ : ଶାସନ ପରିଚାଳନା ସୂଚକାଙ୍କ ଅନୁଯାୟୀ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଦେଶର ସର୍ବୋତ୍ତମ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ। ଆଇଏଏନଏସ ଏବଂ ସି-ଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ ଏହି ରିପୋର୍ଟ ଆସିଛି।

ସର୍ଭେ ଅନୁଯାୟୀ ଭୂପେଶ ବାଘେଲ ସର୍ବାଧକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ତାଲିକାର ଶୀର୍ଷରେ ରହିଛନ୍ତି। ତାଙ୍କ ବିରୋଧରେ ୬ ପ୍ରତିଶତ ଜନ ଅସନ୍ତୋଷ ରହିଛି। କିନ୍ତୁ କେନ୍ଦ୍ରସରକାରଙ୍କ ବିରୋଧରେ ରହିଛି ଅଧିକ ଜନଅସନ୍ତୋଷ। ଛତିଶଗଡ଼ରେ ୪୪.୭ ପ୍ରତିଶତ କେନ୍ଦ୍ର ବିରୋଧରେ ଓ ୩୬.୬ ପ୍ରତିଶତ ଲୋକ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ବାଘେଲ ଛତିଶଗଡରେ ବହୁ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଥିବା ବେଳେ କୋଭିଡ୍‌ରେ ବାପା-ମାଙ୍କୁ ହରାଇଥିବା ପିଲାଙ୍କୁ ମାଗଣା ଶିକ୍ଷା ପାଇଁ ହୋଇଥିବା ଯୋଜନା ତାଙ୍କୁ ଲୋକପ୍ରିୟ କରାଇଛି। ସେହିପରି ଲିଙ୍ଗଗତ ସମାନତା କ୍ଷେତ୍ରରେ ସେ କାର୍ଯ୍ୟକାରୀ କରିଥିବା ଯୋଜନା ତାଙ୍କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ମାନ୍ୟତା ଦେଇଛି।

ଏନଆଇଟିଆଇ ଆୟୋଗର ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ରିପୋର୍ଟ 2020-21 ଅନୁଯାୟୀ ତାଙ୍କୁ ଏହି ପ୍ରମାଣପତ୍ର ମିଳିଛି। ଲିଙ୍ଗଗତ ସମାନତା ମାନଦଣ୍ଡରେ ଛତିଶଗଡ଼ ଗତ ବର୍ଷ 43 ପଏଣ୍ଟ ପାଇ ଦେଶର ସପ୍ତମ ସ୍ଥାନରେ ଥିଲା। ଚଳିତବର୍ଷ ଏହି ରାଜ୍ୟ ୬୧ ସ୍କୋର କରି ଶୀର୍ଷରେ ରହିଛି। ଦୋଷ ଶ୍ୱୀକାର କରିବାରେ ବାଘେଲ ଆଦୌ ଭୟ କରନ୍ତିନି ବୋଲି କୁହାଯାଇଛି। ସେହିପରି ସର୍ବନିମ୍ନ ଜନଅସନ୍ତୋଷ ତାଲିକାରେ ଉତ୍ତରାଖଣ୍ଡାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦ୍ୱିତୀୟରେ ଥିବାବେଳେ ତୃତୀୟ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଉପରେ 10.1 ପ୍ରତିଶତ ଓ ତାଙ୍କ ସରକାରଙ୍କ ଉପରେ 61% ଅସନ୍ତୁଷ୍ଟ ଅଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ 10.4 ପ୍ରତିଶତ ଓ ରାଜ୍ୟ ସରକାରଙ୍କ ଉପରେ 37.6 ପ୍ରତିଶତ ଜନଅସନ୍ତୋଷ ରହିଛି।

ସେହପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ ଜନ ଅସନ୍ତୋଷ ତାଲିଲାରେ ଶୀର୍ଷରେ ରହିଛନ୍ତି। ତାଙ୍କ ବିରୋଧରେ ୩୦.୩ ପ୍ରତିଶତ ଅସନ୍ତୋଷ ରହିଥିବା ବେଳେ ଲୋକେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଚାହୁଁଛନ୍ତି। କିନ୍ତୁ ତେଲେଙ୍ଗା ଲୋକେ କେନ୍ଦ୍ର ଉପରେ ଅଧିକ ଖୁସିଥିବା ସର୍ଭେରେ କୁହାଯାଇଛି। ସମ୍ମାନଜନନ ପଦରେ ରହିଛି ପଞ୍ଜାବ ଓ କର୍ଣ୍ଣାଟକ। କାରଣ ଏ ଦୁଇଟି ରାଜ୍ୟରେ ଦୁଇଜଣ ହୋଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ରହିଛି 28.1 ପ୍ରତିଶତ ଜନଅସନ୍ତୋଷ। ସର୍ବନିମ୍ନ ଜନଅସନ୍ତୋଷ ତାଲିକାରେ ଛତିଶଗଡ଼ ଏକ ନମ୍ବର, ଦ୍ୱିତୀୟ ଉତ୍ତରାଖଣ୍ଡ ଓ ତୃତୀୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button