ଅନଲାଇନରେ ପାକ୍ ଯୁବତୀ ଓ ଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ବିବାହ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନର ସୀମା ହାଇଦର ଓ ଭାରତୀୟ ମହିଳା ଅଞ୍ଜୁଙ୍କ ପ୍ରେମ କାହାଣୀ ଏଣେ ଚର୍ଚ୍ଚାରେ ରହିଛି। ସୀମା ପ୍ରେମିକ ସଚିନଙ୍କୁ ଏବଂ ଅଞ୍ଜୁ ଫେସବୁକ ପ୍ରେମିକ ନସରୁଲ୍ଲାଙ୍କୁ ଇତିମଧ୍ୟରେ ବିବାହ କରିସାରିଲେଣି। କିନ୍ତୁ ବିଭିନ୍ନ ପ୍ରସଙ୍ଗ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦର କାରଣ ହୋଇଥିବାରୁ ଦୁଇଦେଶର ମଧ୍ୟରେ ଗତ ୭୫ବର୍ଷ ହେବ ସମ୍ପର୍କ ଭଲ ନାହିଁ। ଏହାସତ୍ତ୍ଵେ ମଧ୍ୟ ଉଭୟ ଦେଶର ଲୋକେ ବନ୍ଧୁ ବାନ୍ଧୁଛନ୍ତି। ନିକଟରେ ଅନଲାଇନରେ ହୋଇଛି ଏକ ବିବାହ।

ଖବର ଅନୁଯାୟୀ ଯୋଦ୍ଧପୁର ସହରରେ ରହୁଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅରବାଜ ଖାନଙ୍କ ବିବାହ ପାକିସ୍ତାନର କରାଚିରେ ରହୁଥିବା ଅମିନାଙ୍କ ସହିତ ସ୍ଥିର ହୋଇଥିଲା। ବିବାହ ପାଇଁ ଅମିନା ଭାରତ ଆସିଥାଆନ୍ତେ। କିନ୍ତୁ ଠିକ ସମୟରେ ଭିସା ମିଳି ପାରିଲାନି। ତେଣୁ ଭିଡିଓ କଲ ଜରିଆରେ କାଜି ଅରବାଜ ଓ ଅମିନାଙ୍କ ବିବାହ କରାଇ ବିବାହ କବୁଲ କରାଇଥିଲେ। ଏଥିରେ ଦୁଇ ପରିବାର ଖୁସିଥିବା ଜଣାପଡ଼ିଛି।

ଅନଲାଇନ ବିବାହ ପରେ ବର ଅରବାଜ ଇଣ୍ଟରନେଟ କ୍ରାନ୍ତି ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ସ୍ତ୍ରୀ ଅମିନାଙ୍କୁ ଶୀଘ୍ର ଭିସା ଉପଲବ୍ଧ କରିବା ପାଇଁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button