୨୦୨୪ରେ ବିହାରରୁ ସଫା ହୋଇଯିବ ବିଜେପି : ବିଜେପି

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନରେ ବିହାରରୁ ବିଜେପି ସଂପୂର୍ଣ୍ଣ ମୂଳପୋଛ ହୋଇଯିବ। ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ କହିଛନ୍ତି ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଇଣ୍ଡିଆ ଗଠନ କରିବା ପରେ ବିଜେପ ଆତଙ୍କିତ ହୋଇପଡ଼ିଛି।

ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଦେଉଥିବା ବେଳେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ସମାଲୋଚନା କରିଥିଲେ। ୨୦୨୪ରେ ବିଜେପି ଓ ଏନଡିଏ ରେକର୍ଡ ସଂଖ୍ୟକ ସିଟ ଜିତି ପୁଣି ସରକାର ଗଠନ କରିବେ ବୋଲି ଭବିଷ୍ୟବାଣୀ କରିଥିଲେ। କିନ୍ତୁ ଶୁକ୍ରବାର ନୀତୀଶ କହିଛନ୍ତି ଦେଶର ଭଲ ପାଇଁ ଆମେ ସମସ୍ତେ ହାତ ମିଳାଇଛୁ। ସେମାନେ (ବିଜେପି) ଜାଣି ନାହାନ୍ତି କିଛି ଦଳ ଭୟରେ ଏବେ ସେମାନଙ୍କ ସହ ରହିଛନ୍ତି। ମୁଁ ସେହି ଦଳଗୁଡ଼ିକର ନାଁ ନେବିନାହିଁ। କିନ୍ତୁ ଏହି ଦଳଗୁଡ଼ିବ ନିର୍ବାଚନ ଘୋଷଣା ହେବା ମାତ୍ରେ ଆମ ପାଖକୁ ଆସିବେ। ମଣିପୁର ପ୍ରସଙ୍ଗ ଉଠାଇ ବିରୋଧୀ ସେମାନଙ୍କ କାମ କରିଛନ୍ତି। ଆଗକୁ ସବୁ କିଛି ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Back to top button