ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିବେ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ : କିଏ ହେବ ଟିମ୍ ଇଣ୍ଡିଆର କୋଚ୍। ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଲାଗିରହିଥିଲା। ଏବେ ସ୍ପଷ୍ଟ ହୋଇଛି ରାହୁଲ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିବେ। ବିସିସିଆଇ ରାହୁଲ ଦ୍ରାବିଡଙ୍କ କଣ୍ଟ୍ରାକ୍ଟକୁ ପୁଣିଥରେ ବୃଦ୍ଧି କରିଛି। ଏଥିସହ ସହଯୋଗୀ ଷ୍ଟାଫଙ୍କ କାର୍ଯ୍ୟକାଳକୁ ମଧ୍ୟ ବୃଦ୍ଧି କରାଯାଇଛି।

ଖବର ଅନୁଯାୟୀ ବିଶ୍ୱକପ-୨୦୨୩ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଅବଧି ଶେଷ ହେବା ପରେ ବିିସିସିଆଇ ରାହୁଲଙ୍କ ସହିତ ଆଲୋଚନା କରିଥିଲା। ଏହି ବୈଠକ ପରେ ରାହୁଲଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ବିସିସିଆଇର ପ୍ରସ୍ତାବରେ ରାହୁଲ ସହମତି ପ୍ରଦାନ କରିଛନ୍ତି। ରାହୁଲଙ୍କ ବ୍ୟତୀତ ଏନସିଏ ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କ ପ୍ରଂଶସା କରିଛି ବିସିସିଆଇ। କାରଣ ରାହୁଲଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର କୋଚ୍ ଭାବେ ସେ ଦାୟିତ୍ୱ ତୁଲାଉଛନ୍ତି।

ବିସିସିଆଇ ସଭାପତି କହିଛନ୍ତି ରାହୁଲଙ୍କ ମାର୍ଗଦର୍ଶନରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରୁଛି। ନୂଆ ଚ୍ୟାଲେଞ୍ଜ ସ୍ୱୀକାର କରିବା ସହ ଯୁବ କ୍ରିକେଟରଙ୍କୁ ଆଗକୁ ବଢିବାକୁ ସହଯୋଗ କରିବାରେ ରାହୁଲଙ୍କ ଅବଦାନ ବେଶ ପ୍ରଂଶସାଯୋଗ୍ୟ। ଏଥିସହ ରାହୁଲ ମୁଖ୍ୟ କୋଚ୍ ପଦ ଗ୍ରହଣ କରିଥିବାରୁ ବିସିସିଆଇ ଧନ୍ୟବାଦ ଜଣାଇଛି।

Leave a Reply

Your email address will not be published. Required fields are marked *

Back to top button