ଚଳନ୍ତା ବାଇକରେ ପ୍ରେମିକାକୁ କିସ୍‌ ପାଇଁ ତଣ୍ଡ

ଜୟପୁର : ଚଳନ୍ତା ବାଇକରେ ପ୍ରେମିକାକୁ କିସ୍‌ ପ୍ରେମିକ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଘଟଣାଟି ରାଜସ୍ଥାନ ଜୟପୁର ସହରର ହୋଇଥିବା ବେଳେ ମୋଟା ଅଙ୍କର ଫାଇନ୍‌ ଆଦାୟ କରିଛି ସେଠା ଟ୍ରାଫିକ୍‌ ପୋଲିସ।

ଖବର ଅନୁଯାୟୀ ରାଜସ୍ଥାନ ଜୟପୁର ସହରରେ ମୋଟର ସାଇକେଲରେ ଯାଉଥିଲେ ପ୍ରେମିଯୁଗଳ। ପ୍ରେମିକ ଗାଡି ଚଳଉଥିବା ବେଳେ ମୁଣ୍ତରେ ହେଲମେଟ୍‌ ନଥିଲା। ପ୍ରେମ ନିଶାରେ ଏତେ ମସଗୁଲ ଯେ ଚଳନ୍ତା ବାଇକ୍‌ରେ ବୁଲି ପଡ଼ି ପ୍ରେମିକାକୁ କିସ୍‌ ଦେଉଥିଲେ। ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ସଡ଼କ ସୁରକ୍ଷା ନିୟମର ଉଲଂଘନ। ସରକାର ବାରମ୍ବାର ସଚେତନ କରୁଥିଲେ ମଧ୍ୟ ଯୁବପିଢ଼ି ନିୟମ ମାନିବାକୁ ନାରାଜ। ପ୍ରେମୀ ଯୁଗଳଙ୍କର ଏସବୁକୁ ଖାତିର ନାହିଁ। ଯେଉଁଥି ଦୁର୍ଘଟଣା ବୃଦ୍ଧି ପାଉଛି। ଏମାନଙ୍କ ବେପରୁଆ ଗାଡି ଚାଳନା ଅନ୍ୟ ନିରୀହ ଲୋକର ଜୀବନ ମଧ୍ୟ ନେଉଛି।

ଜୟପୁରର ପ୍ରେମୀଯୁଗଳଙ୍କ ବାଇକ୍‌ ଭିଡ଼ ରାସ୍ତାରେ ସବୁ ନିୟମକୁ ଉଲଙ୍ଘନ କରିଥିଲା। ବେପରୁଆ ଗାଡ଼ି ଚାଳନା ଯୋଗୁ ସ୍ଥାନୀୟ ଲୋକେ ଏହାର ଭିଡିଓ ରେକଡିଂ କରିଥିଲେ। ଯାହା ଭାଇରାଲ ହେବାରୁ ଜୟପୁର ଟ୍ରାଫିକ୍‌ ପୋଲିସ ଅଧିକାରୀ ଗାଡ଼ି ନମ୍ବର ଆଧାରରେ ମୋଟା ଫାଇନ୍‌ କାଟିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button