ଭାରତ-ପାକ୍ ସୀମାରେ ବିସ୍ଫୋରଣ

ନୂଆଦିଲ୍ଲୀ : ଗତକାଲି ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀର କଠୁଆ ଜିଲ୍ଲାର ସୀମା ନିକଟସ୍ଥ ପୋଲିସ ଷ୍ଟେସନ ନିକଟରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।

ଭାରତ-ପାକିସ୍ତାନ ସୀମାରେ ଘଟିଥିବା ଏହି ବିସ୍ଫୋରଣ ଯୋଗୁଁ ଆଖପାଖର ଘର କ୍ଷତିଗ୍ରସ୍ତ ହେଇଥିବା ବେଳେ କିଛି ଘରର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ଏଥିରେ କେହି ମୃତାହତଙ୍କ ଖବର ମିଳିନାହିଁ। ସ୍ଥାନୀୟ ପୋଲିସ ସର୍ଚ୍ଚ ଅପରେସନ ଚଳାଇଛି। ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଘଟଣାସ୍ଥଳରୁ ଫରେନସିକ ଟିମ୍ କିଛି ସାମଗ୍ରୀ ଜବତ କରିଥିବା ସୂଚନା ରହିଛି।

ପୋଲିସର ସୂଚନା କଠୁଆ ଜିଲ୍ଲାର ହୀରାନଗରରେ ଆନ୍ତର୍ଜାତୀୟ ସୀମାକୁ ଲାଗି ରହିଥିବା ବିପିପି ସାନ୍ୟାଲ ନିକଟରେ ବିସ୍ଫୋରଣ ଘଟିବା ଭଳି ଶବ୍ଦ ଶୁଣିବାକୁ ମିଳିଥିଲା। ଏହି ଘଟଣା ପରେ ପୂରା ଅଞ୍ଜଳକୁ ଘେରାବନ୍ଦି କରାଯାଇ ତଲାସି ଅଭିଯାନ ଜାରି ରହିଛି।

Leave a Reply

Your email address will not be published. Required fields are marked *

Back to top button