୫ଜି ଡାଉନ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଆଗୁଆ

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ୫ଜି ଗ୍ରାହକମାନଙ୍କୁ ମିଳିଛି ହାରାହାରି ୩୧୫.୩ ଏମ୍‌ବିପିଏସ୍‌ର ସୁପର ଡାଉନ୍‌ଲୋଡ୍ ସ୍ପିଡ୍। ଏ କ୍ଷେତ୍ରରେ ଏୟାରଟେଲ୍ ପଛୁଆ ରହିଛି। ଏହାର ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ରହିଛି ୨୬୧.୨ ଏମ୍‌ବିପିଏସ୍। ଓପନ୍ ସିଗ୍ନାଲ୍‌ର ମୋବାଇଲ୍ ନେଟ୍‌ୱର୍କ ଏକ୍ସପେରିଏନ୍ସ ରିପୋର୍ଟରେ ଏହା ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ ୫ଜି ସ୍ପିଡ୍ ଓ କଭରେଜ୍‌ରେ ଜିଓ ନିଜ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍‌ଠାରୁ ପ୍ରାୟ ତିନିଗୁଣା ଆଗରେ ରହିଛି। ଜିଓ ଗ୍ରାହକମାନେ ୩୨.୫ ପ୍ରତିଶତ ସମୟ ୫ଜି ନେଟ୍‌ୱର୍କରେ ବିତାଉଥିବା ବେଳେ ଏୟାରଟେଲ୍ ଗ୍ରାହକ ବିତାଉଛନ୍ତି ମାତ୍ର ୧୧.୪ ପ୍ରତିଶତ ସମୟ। ଗ୍ରାହକମାନେ ଏବେ ଉଭୟ ୪ଜି ଓ ୫ଜି ନେଟ୍‌ୱର୍କରେ ସମୟ ବିତାଉଥିବାରୁ ଓପନ୍ ସିଗ୍ନାଲ୍ ପକ୍ଷରୁ କଭରେଜ୍ ମାପିବା ପାଇଁ ୫ଜି ନେଟ୍‌ୱର୍କର ସମୟକୁ ବିଚାରକୁ ନିଆଯାଇଛି।

ଓପନ୍ ସିଗ୍ନାଲ୍ ରିପୋର୍ଟରେ କୁହାଯାଇଛି ୫ଜି ନେଟ୍‌ୱର୍କକୁ ଜିଓ ଅତି ଦ୍ରୁତ ଗତିରେ ବଢ଼ାଉଛି। ଟାୱାର ଗୁଡିକରେ ୫ଜି ଉପକରଣ ରେ ଲଗାଉଥିବାରୁ ଏହାର ନେଟ୍‌ୱର୍କର ଉପସ୍ଥିତି ବହୁତ ବଢ଼ିଛି। ୧ରୁ ୧୦ ପଏଂଟ୍ ଆଧାରରେ ଓପନ୍ ସିଗ୍ନାଲ୍ ପକ୍ଷରୁ ଜିଓକୁ ଦିଆଯାଇଛି ୪.୨ ପଏଂଟ୍। ସେହି ସମୟରେ ଏୟାରଟେଲ୍‌କୁ ମିଳିଛି ୩.୪ ପଏଣ୍ଟ। ବୈଷୟିକ ମାନଦଣ୍ଡରେ ଜିଓର “କୋର’ ସବୁ ପରୀକ୍ଷାରେ ୮୪.୩ ପ୍ରତିଶତ ମାର୍କ ହାସଲ କରିଥିବା ବେଳେ ୭୭.୫ ପ୍ରତିଶତ ଏୟାରଟେଲ୍‌କୁ ମିଳିଛି।

Leave a Reply

Your email address will not be published. Required fields are marked *

Back to top button