ଶ୍ୟାମ ଷ୍ଟିଲ୍ ପକ୍ଷରୁ ଅଲିମ୍ପିକ ମେଡାଲ ବିଜୟୀ ଲଭଲିନା ବୋର୍ଗୋହେନ ଓ ମନପ୍ରୀତ ସିଂହଙ୍କୁ ନେଇ ନୂଆ ଟିଭି ବିଜ୍ଞାପନ

ଭୁବନେଶ୍ୱର : ପ୍ରାଥମିକ ଟିଏମ୍‌ଟି ବାର୍‌ର ଅନ୍ୟତମ ଅଗ୍ରଣୀ ଉତ୍ପାଦନକାରୀ ଓ ନିର୍ମାତା ଶ୍ୟାମ ଷ୍ଟିଲ୍ ପକ୍ଷରୁ ଅଲିମ୍ପିକ ମେଡାଲ ବିଜେତା ଲଭଲିନା ବୋର୍ଗୋହେନ ଓ ମନପ୍ରୀତ ସିଂହଙ୍କୁ ନେଇ ପ୍ରସ୍ତୁତ ନୂଆ ଟିଭି ବିଜ୍ଞାପନ (ଟିଭିସି)କୁ ଉନ୍ମୋଚନ କରାଯାଇଛି । ଏହି ଟିଭିସି ହେଉଛି କଂପାନିର ‘ମକ୍‌ସଦ୍ ତୋ ଇଣ୍ଡିଆ କୋ ବନାନା ହୈ’ ଅଭିଯାନକୁ ଜାରି ରଖିବାର ଅଂଶ । ଏହି ଅଭିଯାନ ଜରିଆରେ କଂପାନିର ଏହି ବାର୍ତାର ପ୍ରଚାର କରିବାକୁ ଲକ୍ଷ୍ୟ ରଖାଯାଇଛି ଯେ ବିଜୟ ହେଉଛି ଆପଣଙ୍କ ଯାତ୍ରାର ଆରମ୍ଭ ଏବଂ ଶ୍ୟାମ ଷ୍ଟିଲ୍‌ର ଫ୍ଲେକ୍ସି ଷ୍ଟ୍ରଙ୍ଗ୍ ଟିଏମ୍‌ଟି ବାର୍ ଭଳି ଦୃଢ଼ତା ଓ ନମନୀୟତାର ଉପଯୁକ୍ତ ସନ୍ତୁଳନ ସହ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବା । ଏହି ଟିଭିସିକୁ ରୋଡ୍‌ସୋ ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏବଂ ଏହାର ନିର୍ଦେଶନା ଦେଇଛନ୍ତି ଅରିତ୍ର ସେନ୍ ଓ ସୌର‌ ଦେବ ।

ଏହି ଟିଭିସିର ଉନ୍ମୋଚନ ଜରିଆରେ ଶ୍ୟାମ ଷ୍ଟିଲ୍ ଦୃଢ଼ତା, ନମନୀୟତା ଓ ଲୋକମାନଙ୍କ ବିଶ୍ୱାସକୁ ଚିନ୍ତାଧାରା ପ୍ରକ୍ରିୟାରେ ଉପସ୍ଥାପନ କରିଛି ଓ ତାହା ହେଉଛି, ଇସ୍ପାତ ହେଉଛି ଉତ୍ପାଦ କିନ୍ତୁ ଆମର ଲକ୍ଷ୍ୟ ହେଉଛି ଦେଶ ଗଠନ କରିବା । ଟୋକିଓ ଅଲିମ୍ପିକରେ ସଫଳତା ହାସଲ କରିବା ଲାଗି ପରିଚିତ ଲଭଲିନା ବୋର୍ଗୋହେନ ଓ ମନପ୍ରୀତ ସିଂହଙ୍କ ସହ ଯୋଡ଼ି ହେବା ଯୋଗୁଁ କଂପାନିର ବାର୍ତାରେ ଉନ୍ନତି ଆସିବ । ତାଙ୍କ ଯାତ୍ରା ହେଉଛି ଅଟଳ, ଦୃଢ଼ତା ଓ ସଂକଳ୍ପର ପ୍ରତୀକ ଯାହା ଶ୍ୟାମ ଷ୍ଟିଲ୍‌ର ମୂଳ ବ୍ରାଣ୍ଡ୍ ଦର୍ଶନ ସହ ବେଶ ଖାପଖାଉଛି । ଏହି ଟିଭିସି ସେହି ଭାବନାକୁ ଉପସ୍ଥାପନ କରୁଛି ଯେ ବିଜୟ ହେଉଛି ଯାତ୍ରାର ଆରମ୍ଭ ଏବଂ ତାହା ହେଉଛି ଦୃଢ଼ତା ଓ ନମନୀୟତାର ଉପଯୁକ୍ତ ସନ୍ତୁଳନ ଯାହା ଆପଣଙ୍କୁ ସ୍ୱପ୍ନ ପୂରଣ କରିବାରେ ଆଗରେ ରଖିବ ।

ଏହି ଟିଭିସିର ଉନ୍ମୋଚନ ସମ୍ପର୍କରେ ଲଲିତ ବେରିୱାଲା, ନିର୍ଦେଶକ, ଶ୍ୟାମ ଷ୍ଟିଲ୍ କହିଛନ୍ତି ଯେ, “ଏହି ଅଭିଯାନର ବ୍ୟାଖା ଏକ ବ୍ରାଣ୍ଡ୍ ଭାବେ ଶ୍ୟାମ ଷ୍ଟିଲ୍ ଯେଉଁଥିପାଇଁ ପରିଚିତ ତାହାକୁ ପ୍ରତିଫଳିତ କରୁଛି । ପ୍ରତିଟି ପ୍ରତିବନ୍ଧକକୁ ଦୂର କରିବା ଓ ସ୍ୱପ୍ନ ପୂରଣ କରିବା ଲାଗି ଲଭଲିନା ଓ ମନପ୍ରୀତଙ୍କ ରହିଥିବା ଜିଦ୍ ଓ ସଂକଳ୍ପକୁ ବ୍ରାଣ୍ଡ୍‌ର ଭାବନା ଭାବେ ଟିଭିସିରେ ପ୍ରତିଫଳିତ କରାଯାଇଛି । ଶ୍ୟାମ ଷ୍ଟିଲ୍‌ରେ ଆମେ ଲୋକମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟତା କରି ଦେଶ ଗଠନ କରିବାକୁ ଚାହୁଁଛୁ । ଏହି ଅଭିଯାନ ଜରିଆରେ ଆମେ ଲୋକଙ୍କ ସହିତ ଗଭୀର ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛୁ ।

Leave a Reply

Your email address will not be published. Required fields are marked *

Back to top button