ସାଇବର କ୍ରାଇମ ରୋକିବ ‘ସଂଚାର ସାଥୀ’ ପୋର୍ଟାଲ

ନୂଆଦିଲ୍ଲୀ : ଟେଲିକମ୍ ମନ୍ତ୍ରଣାଳୟ ସାଇବର କ୍ରାଇମ ରୋକିବାକୁ ନୂଆ ପଦକ୍ଷେପ ନେଇଛି। ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହୋଇଛି ‘ସଂଚାର ସାଥୀ’ ପୋର୍ଟାଲ। ଏହି ପୋର୍ଟାଲ ଜରିଆରେ ଜଣେ ବ୍ୟକ୍ତି ହଜିଥିବା କିମ୍ବା ଚୋରି ଯାଇଥିବା ମୋବାଇଲ୍ ଫୋନ୍‌କୁ ତୁରନ୍ତ ବ୍ଲକ୍ କିମ୍ବା ଠାବ କରିପାରିବେ। ଏହାଛଡା ନିଜ ନାଁରେ ଥିବା ଅଣବ୍ୟବହୃତ ସିମ୍ ଓ ଜାଲ୍ ସିମ୍‌କୁ ମଧ୍ୟ ବ୍ଲକ୍ କରାଯାଇପାରିବ।

ମଂଗଳବାର କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ‘ସଂଚାର ସାଥୀ’ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ମୋବାଇଲ ଉପଭୋକ୍ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପୋର୍ଟାଲ ଆରମ୍ଭ କରାଯାଇଛି। ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ଜଣେ ବ୍ୟକ୍ତି କେତେ ସଂଖ୍ୟକ ସଂଯୋଗ ନେଇଛି ତାହା ଚିହ୍ନଟ କରାଯାଇ ପାରୁଛି।

କିପରି କରିବେ ବ୍ୟବହାର – sancharsathi.gov.in ପୋର୍ଟାଲକୁ ଯାଇ ସିଟିଜେନ୍ ସେଣ୍ଟ୍ରିକ୍ ସର୍ଭିସେସ୍ ବିକଳ୍ପରେ କ୍ଲିକ୍ କରିବାକୁ ପଡ଼ିବ। ସେଠାରେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲକୁ ବ୍ଲକ୍ କରିବାକୁ ଏକ ବଟନ୍ ଓ ନିଜ ନାଁରେ ଥିବା ମୋବାଇଲ୍ ସଂଯୋଗ ସମ୍ପର୍କରେ ଜାଣିବା ଲାଗି ଅନ୍ୟ ଏକ ବଟନ୍ ରହିଛି। ସେଥିରେ କ୍ଲିକ୍ କରିବା ପରେ ଆବଶ୍ୟକ ତଥ୍ୟ ଦେଇ ଉପଭୋକ୍ତା ଏହି ସେବାର ଫାଇଦା ଉଠାଇପାରିବେ।

Leave a Reply

Your email address will not be published. Required fields are marked *

Back to top button