ଦିନକର ଛୁଆଙ୍କୁ ତଣ୍ଟିଚିପି ମାରି ଫ୍ରିଜର୍‌ରେ ରଖିଥିଲେ ମହିଳା

ନୂଆଦିଲ୍ଲୀ : ଦକ୍ଷିଣ କୋରିଆର ଜଣେ ମହିଳା ଦୁଇଜଣ ନବଜାତ ଛୁଆଙ୍କୁ ମାରି ଫ୍ରିଜର୍‌ରେ ରଖିଥିଲେ। ଅଭାବରୁ ପିଲାଙ୍କ ଲାଳନପାଳନରେ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଦୁଇ ନବଜାତଙ୍କୁ ସେ ହତ୍ୟା କରିଥିବା ସ୍ଵୀକାର କରିଛନ୍ତି।

ଖବର ଅନୁଯାୟୀ ୩୦ ବର୍ଷୀୟ ଏହି ମହିଳାଙ୍କର ତିନୋଟି ପିଲା ଅଛନ୍ତି। ଆର୍ଥିକ ଅଭାବ ଯୋଗୁ ସେମାନଙ୍କ ଲାଳନପାଳନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଯେଉଁଦିନ ପିଲା ଜନ୍ମ ହୋଇଥିଲେ ସେହିଦିନ ସେମାନଙ୍କୁ ସେ ମାରିଦେଇଥିଲେ। ଦକ୍ଷିଣ କୋରିଆର ସରକାରୀ କର୍ତ୍ତୃପକ୍ଷ ଗଣମାଧ୍ୟମକୁ କହିଛନ୍ତି ମାତ୍ର ଦିନକର ହୋଇଥିବା ଛୁଆଙ୍କୁ ହତ୍ୟା କରାଯାଇଥିଲା। ୨୦୧୮ ନଭେମ୍ବରରେ ହସ୍ପିଟାଲ୍‌ରେ ଜନ୍ମହୋଇଥିବା ମହିଳାଙ୍କର ୪ର୍ଥ ସନ୍ତାନ ଝିଅକୁ ସେହିଦିନ ତଣ୍ଟିଚିପି ମାରିଥିଲେ। ହତ୍ୟା କରିବା ପରେ ଫ୍ରିଜର୍‌ରେ ରଖିଦେଇଥିଲେ ଶବ। ସେହିପରି ୨୦୧୯ ନଭେମ୍ବରରେ ଜନ୍ମ କରିଥିବା ୫ମ ସନ୍ତାନ ପୁଅ କ୍ଷେତ୍ରରେ ସମାନ ଘଟଣା ଘଟିଥିଲା।

ଆହୁରି ଜଣାପଡିଛି ମହିଳାଙ୍କ ଦୁଇ ଶିଶୁ ଡାକ୍ତରଖାନାରେ ଜନ୍ମ ହୋଇଥିଲେ ମଧ୍ୟ ବିଧିବଦ୍ଧ ପଞ୍ଜୀକୃତ ହୋଇ ନଥିବା ସରକାରଙ୍କ ବୋର୍ଡ ଅଫ୍‌ ଆଡଲ୍‌ଟ୍‌ ଆଣ୍ଡ୍‌ ଇନ୍‌ସ୍‌ପେକ୍ସନ୍‌ ଜାଣିବା ପରେ ଘଟଣାଟି ଗତ ମେ’ ମାସରେ ସାମ୍ନାକୁ ଆସିଥିଲା। ପୋଲିସ ତଦନ୍ତ ବେଳେ ମହିଳାଜଣକ ମାନିଥିଲେ ଦୁଇ ଶିଶୁଙ୍କ ମଧ୍ୟରୁ ଜଣକୁ ଘରେ ଓ ଆଉ ଜଣକୁ ଡାକ୍ତରଖାନାରେ ମାରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି। ଏହା ମିଳିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ।

Leave a Reply

Your email address will not be published. Required fields are marked *

Back to top button