ବିବସ୍ତ୍ର କରି ଧାର୍ମିକ ସ୍ଲୋଗାନ ଦେବାକୁ ବାଧ୍ୟ କରିବାରୁ ଉତ୍ତେଜନା

ମଧ୍ୟପ୍ରଦେଶ : ଇନ୍ଦୋରରେ ନିପନିଆ ଅଞ୍ଚଳର ଲସୁଡିଆ ଥାନା ଅଧୀନରେ ଏକ ବିବାଦୀୟ ଘଟଣା ଘଟିଛି। ଖେଳୁଥିବା ଜଣେ ୧୨ ବର୍ଷୀୟ ନାବାଳକଙ୍କୁ କିଛି ସାଥୀ ନାବାଳକ ଜୋରଜବରଦସ୍ତ ବିବସ୍ତ୍ର କରି ଧାର୍ମିକ ସ୍ଲୋଗାନ ଦେବାକୁ ବାଧ୍ୟ କରିଥିଲେ। ଏହାର ଭିଡିଓ ଭାଇରାଲ ପରେ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ପୀଡିତ ନାବାଳକର ବୟାନ ଅନୁଯାୟୀ ସେ ଘର ନିକଟରେ ଖେଳୁଥିବା ବେଳେ ଅଭିଯୁକ୍ତ ଖେଳନା ଦେବାର ପ୍ରଲୋଭନ ଦେଖାଇଥିଲେ। ବାଇପାସ ନିକଟରେ ଖେଳଣା ବଣ୍ଟା ଯାଉଥିବା କହି ଘରଠାରୁ ଦୂରକୁ ନେଇଯାଇ ଧାର୍ମିକ ସ୍ଲୋଗାନ ଦେବାକୁ ବାଧ୍ୟ କରିଥିଲେ। ଏଥିରେ ଅରାଜି ହେବାରୁ ସମାନେ ଜୋରଜବରଦସ୍ତ ବିବସ୍ତ୍ର କରି ତାଙ୍କୁ ମାଡ ମାରିଥିଲେ। ଏଥିରେ ଭୟଭୀତ ହୋଇ ପଡ଼ିଥିବା ନାବାଳକଜଣକ ଘଟଣାସ୍ଥଳରୁ କୌଶଳକ୍ରମେ ଖସିଯାଇଥିଲେ। ଘରେ ପହଞ୍ଚି ସବୁ କଥା କହିବାପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କ ବିରୋଧରେ ଅପହରଣ ସମେତ ଆହୁରି ବହୁ ସଙ୍ଗୀନ ଦଫା ଲଗା ଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button