ଭିଜିଲାନ୍ସ ଜାଲରେ ହରଭଙ୍ଗା ଥାନା ଆଇଆଇସି

ବୌଦ୍ଧ : ଜବତ ବାଲି ଗାଡ଼ିକୁ ଛାଡ଼ି ଦେବାକୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ।

ଖବର ଅନୁଯାୟୀ ଶରତ ବେହେରା ନାମକ ଜଣେ ବ୍ୟକ୍ତି ହରଭଙ୍ଗାର ବାଲିଘାଟ ଠିକା ନେଇଛନ୍ତି। ତାଙ୍କର ଏକ ବାଲି ଗାଡ଼ିକୁ କୌଣସି କାରଣରୁ ପୋଲିସ ଜବତ କରି ହରଭଙ୍ଗା ଥାନାରେ ରଖିଥିଲା। ସେହି ଗାଡ଼ିକୁ ଛାଡ଼ିବା ପାଇଁ ଆଇଆଇସି ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ। ଗତକାଲି ଶରତ ୮୦ ହଜାର ଟଙ୍କା ଆଇଆଇସି ପୁଷ୍ପଲତାଙ୍କୁ ଦେଇଥିଲେ। କିନ୍ତୁ ଆଉ ୨୦ ହଜାର ଟଙ୍କା ମିଶାଇ ଆସନ୍ତାକାଲି ଦିଅନ୍ତୁ ବୋଲି ଆଇଆଇସି କହିବାରୁ ଶରତ ଭିଜିଲାନ୍ସକୁ ଜଣାଇଥିଲେ। ଆଜି ପୁଷ୍ପଲତା ରାଉତରାୟ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲେ।

Leave a Reply

Your email address will not be published. Required fields are marked *

Back to top button